October 14, 2026
Home » ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ

ପୋଲିସ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଠାରେ ମୋବାଇଲ ଫେରସ୍ତ ମେଳା ଅନୁଷ୍ଠିତ

0
1001335014
ନୟାଗଡ : ( ଇପିଏ ) ନୟାଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏବଂ ସାଇବର ଥାନାର ତତ୍ତ୍ୱାବଧାନରେ, ନୟାଗଡ଼ ପୋଲିସ ଦ୍ଵାରା ୩୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ୧୦୫ ଟି ହଜି ଯାଇଥିବା ମୋବାଇଲ ଫୋନ୍ ଉଦ୍ଧାର ହୋଇଛି । ୧୩ ତାରିଖରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ପରିସରରେ ଏକ ମୋବାଇଲ ଫେରସ୍ତ ମେଳା ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁବାସ ଚନ୍ଦ୍ର ପଣ୍ଡା, ସ୍ମୃତିରଞ୍ଜନ ସାମନ୍ତରାୟ, ଏସ ଡି ପି ଓ ସୃଷ୍ଟି ପ୍ରଧାନ ଓ ସହକାରୀଙ୍କ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।
ଏହି ମେଳାରେ ୧୦୫ ଗୋଟି ହଜି ଯାଇଥିବା ଦାମୀ ମୋବାଇଲ ଫୋନ୍ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ଫେରସ୍ତ କରାଯାଇଛି। ଏହି ମୋବାଇଲ୍ ଫୋନ୍‌ଗୁଡ଼ିକ ବିଭିନ୍ନ ଜିଲ୍ଲା (ଖୋର୍ଦ୍ଧା, କଟକ, ଗଞ୍ଜାମ, ବାଲେଶ୍ୱର, କନ୍ଧମାଳ, କୋରାପୁଟ, ଭୁବନେଶ୍ୱର ଓ ଢେଙ୍କାନାଳ), ରାଜ୍ୟ ତଥା ରାଜ୍ୟ ବାହାର (ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ କର୍ଣ୍ଣାଟକ) ରୁ ଉଦ୍ଧାର କରାଯାଇଥିବା ଅତିରିକ୍ତ ଆରକ୍ଷୀ ଅଧିକାରୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଫେରସ୍ତ ପାଇଥିବା ମୋବାଇଲ ହିତାଧିକାରୀମାନେ ନୟାଗଡ ଜିଲ୍ଲା ପୋଲିସ ଓ ସାଇବର ଥାନାର ଅଭୂତପୂର୍ବ ସଫଳତା ପାଇଁ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ଖୁସିବ୍ୟକ୍ତ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *