ପୁରୀ ରେଳଷ୍ଟେସନ ରେଳ ଡିପୋରୁ ମାଈ ଅଜଗର ଉଦ୍ଧାର
ପୁରୀ ରେଳଷ୍ଟେସନ ରେଳ ଡିପୋରୁ ମାଈ ଅଜଗର ଉଦ୍ଧାର ।୧୨ ଫୁଟ ଲମ୍ବ ଓ ୧୫ କେ.ଜି ଓଜନର ଏହି ମାଈ ଅଜଗରକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ସଂଗ୍ରାମ କେଶରୀ ଦାସ।ଉଦ୍ଧାର ପରେ ସେ ଅଜଗରକୁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛନ୍ତି।ତେବେ ପୁରୀ ରେଳଷ୍ଟେସନ ରେଳ ଡିପୋକୁ ଅଜଗର କେଉଁଠୁ ଆସିଲା ତାକୁ ନେଇ ସନ୍ଦେହ ସହ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ସଂଗ୍ରାମ କେଶରୀ ଦାସ ଅଭିଯୋଗ ଆଣୁଛନ୍ତି ଯେ ଗତ ସେପ୍ଟେମ୍ବର ମାସରେ ପୁରୀ ସଦର ଧନିକେରା ଗାଁରୁ ଏହି ଅଜଗରଟି ଉଦ୍ଧାର ହୋଇଥିଲା।କିଛି ଦିନ ତଳେ ନାଗ ସାପ ସହ ରି କରି ମୃତ୍ୟବରଣ କରିଥିବା ଚାପଡ କାଳୁ ଓରଫ ତପନ କୁମାର ଦାସ ଏହି ଅଜଗରକୁ ଉଦ୍ଧାର କରି ବିଭିନ୍ନ ଗାଁକୁ ଯାଇ ରିଲ୍ସ କରିବା ସହ ଲୋକଙ୍କୁ ଦେଖାଉଥିଲେ।ତାଙ୍କ ଘରେ ଏହି ଅଜଗର ସହ ୨୦ ଟି ନାଗ ସାପ ରହିଥିଲା।ପରେ କୈଳାସ ପରିଡ଼ା ନାମକ ଆଉ ଜଣେ ସାପ ଧରାଳି ମୃତ ଚାପଡ କାଳୁଙ୍କ ଘରୁ ଅଜଗର ଓ ନାଗ ସାପ ଆଣି କୂଅରେ ପକାଇ ରିଲ୍ସ କରୁଥିଲା।ସେ ହିଁ ଗତକାଲି ରାତିରେ ପୁରୀ ରେଳ ଷ୍ଟେସନ୍ ରେଳ ଡିପୋରେ ଏହି ଅଜଗରକୁ ଛାଡ଼ି ଦେଇଥିବା ସନ୍ଦେହ କରାଯାଉଛି।ବନ ବିଭାଗ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବୀ କରିଛନ୍ତି।
