October 17, 2026
Home » ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା

ବିଶ୍ଵ ଓଡ଼ିଆ ପରିବାରର ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା

0
WhatsApp Image 2026-10-17 at 1.56.03 PM

ଭୁବନେଶ୍ଵର:ଭୁବନେଶ୍ଵର ଆଇଆରସି ଭିଲେଜ ସ୍ଥିତ ବିଶ୍ଵ ଓଡ଼ିଆ ପରିବାର କାର୍ଯ୍ୟାଳୟ ପରିସରରେ ସଭାପତି ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ମାସିକ ଆଲୋଚନା ଚକ୍ର ଓ କାବ୍ୟ ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ବତ ସମାବେଶରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ରକ୍ଷକ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ , ଓଡ଼ିଶା ବିକାଶର ସାରଥି ହୁଅ –ମାଆ ” ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଭାରତୀୟ ମଜଦୁର ସଂଘର ପ୍ରାକ୍ତନ ସାଂଗଠନିକ ସମ୍ପାଦକ କୃଷ୍ଣ ଚନ୍ଦ୍ର ମିଶ୍ର ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଭବାନୀ ପ୍ରସାଦ ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରି ବିକଶିତ ଓଡ଼ିଶା ଗଠନରେ ମାତୃ ଶକ୍ତିର ଏକାନ୍ତ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ମାସିକ ଇପତ୍ରିକା ପ୍ରଜ୍ଞାନ ର ସମ୍ପାଦକ ଆଶୁ କବି ହେମନ୍ତ ଜେନାଙ୍କ ସଂଯୋଜନାରେ କବି ସର୍ବଶ୍ରୀ ରକ୍ଷକ ନାୟକ, କବି ନିରଞ୍ଜନ ମିଶ୍ର, କବି ସୁଶୀଲ ସିଂହ , ସାମ୍ବାଦିକ ସୁରେଶ ଚନ୍ଦ୍ର ସାହୁ, ହରପ୍ରସାଦ ଦାସ ଆଦି କବି ମାନେ କବିତା ପାଠ କରିଥିଲେ। ସ୍ୱାଗତିକା ଧଳ ଏବଂ ଗିରିଜା ଶଙ୍କର ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ସମ୍ପାଦକ ହେମନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *