October 29, 2026
Home » ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ସପ୍ତାହ ପାଳନ ଅବସରରେ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ରକ୍ତଦାନ ଶିବିର

ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ସପ୍ତାହ ପାଳନ ଅବସରରେ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ରକ୍ତଦାନ ଶିବିର

0
WhatsApp Image 2026-10-29 at 1.07.56 PM
ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ଭାରତରତ୍ନ, ଲୌହ ମାନବୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ସପ୍ତାହ ବ୍ୟାପି ବଳିଦାନ ଦିବସ ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଶ୍ରୀ ଶୁଭେନ୍ଦୁ ମହାନ୍ତିଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଗଣମାଧ୍ୟମକୁ ପିସିସି ସଭାପତି ଶ୍ରୀ ଦାସ କହିଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କର ତ୍ୟାଗ, ଦେଶଗଠନ କ୍ଷେତ୍ରରେ ତାଙ୍କର ସ୍ୱପ୍ନ, ସଂକଳ୍ପ ଓ ଏହାକୁ ସାକାର କରିବା ଦିଗରେ ତାଙ୍କର ଯେଉଁ ନିଷ୍ଠା ଦେଶବାସୀ ଉପଲବ୍ଧି କରିଛନ୍ତି ତାହା ଅତୁଳନୀୟ ଓ ଚିରସ୍ମରଣୀୟ । ସାହସ, ଶକ୍ତି, ନାରୀ ଶକ୍ତିର ପରାକାଷ୍ଠା ଓ ଅତୁଳନୀୟ ନିର୍ଭିକତା ତାଙ୍କର ବଳିଷ୍ଠ ନେତୃତ୍ୱ ଓ କର୍ତ୍ତବ୍ୟ ପାଳନ କ୍ଷେତ୍ରରେ ସ୍ପଷ୍ଟ ଭାବେ ପରିଦୃଷ୍ଟ ହୋଇଛି । ତାଙ୍କର ଜୀବନ ଦର୍ଶନ ଆମ ମମସ୍ତଙ୍କ ପାଇଁ ଅନୁସରଣୀୟ । କଂଗ୍ରେସ ସେବାଦଳ ସଂଗଠନ ଦେଶର ହିତପାଇଁ ଏକ ସମର୍ପିତ ସଶକ୍ତ ସଂଗଠନ । ଇନ୍ଦିରାଜୀଙ୍କର ଆଦର୍ଶ ଏବଂ କର୍ତ୍ତବ୍ୟ ନିଷ୍ଠାରେ ଏହି ସଂଗଠନ ଅନୁପ୍ରାଣିତ । ଓଡ଼ିଶାରେ ସେବାଦଳ ଏକ ପ୍ରଭାବୀ ଏବଂ  ଦାୟିତ୍ୱପୂର୍ଣ୍ଣ ସଂଗଠନ ଭାବରେ ପ୍ରତିଷ୍ଠିତ ହୋଇସାରିଛି । ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି କହିଲେ ଯେ ରାଜ୍ୟର ସମସ୍ତ ବ୍ଲକ, ପଞ୍ଚାୟତ ଏପରିକି ସହରାଞ୍ଚଳର ୱାର୍ଡ କ୍ଷେତ୍ରରେ ମଧ୍ୟ କଂଗ୍ରେସ ସେବାଦଳ ସ୍ୱତନ୍ତ୍ର ଓ ସଶକ୍ତ ପରିଚୟ ସୃଷ୍ଟି କରିଛି । ଏହି ଅବସରରେ ଆସନ୍ତା ଅକ୍ଟୋବର ୨୯ ତାରିଖରେ ବାଲେଶ୍ୱର ଓ ଢ଼େଙ୍କାନାଳ, ୩୦ ତାରିଖରେ ନୟାଗଡ଼, ମୟୁରଭଞ୍ଜ (ପଶ୍ଚିମ), ୩୧ ତାରିଖରେ ପୁରୀ, ଭଦ୍ରକ, କନ୍ଧମାଳ, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ସଂପୃକ୍ତ ସେବାଦଳ ମୁଖ୍ୟ ମାନଙ୍କ ଅଧ୍ୟକ୍ଷତାରେ ରକ୍ତଦାନ ଶିବିର ଆୟୋଜିତ ହେବ । ଆଜିର ଭୁବନେଶ୍ୱର କ୍ୟାମ୍ପରେ ୧୨୭ ୟୁନିଟ ବ୍ଲଡ ସଂଗୃହୀତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ସମୀର କୁମାର ରାଉତରାୟ, ପ୍ରକାଶ ଜେନା, ଗୀତାଞ୍ଜଳି ମହାନ୍ତି, କାଳନ୍ଦୀ ସାହୁ, ନଟବର ବାରିକ, ଉଷାରାଣୀ ବେହେରା, ନଳିନୀ ବେହେରା, ଅଶୋକ ଦାସ, ଦୀପକ କୁମାର ସାହୁ, ଏମଡି ସାହାଦୁଲ୍ଲା, ମିହିର ରଞ୍ଜନ ଆଚାର୍ଯ୍ୟ, କୁଳମଣି ସାହୁ, ଅନିଲ କୁମାର ସାହୁ, ଆକ୍ୟୁବ ଖାନ, ଖଗେଶ୍ୱର ମଲ୍ଲିକ, ଗୋପନ ମାର୍ଥା, ରିଜୁଆନ ଅଲ୍ଲି ଖାନ, ବସନ୍ତ ପଣ୍ଡା, ରଞ୍ଜନ ଭୋଇ, ଶାନ୍ତିଲତା ତାଣ୍ଡି, ରତିରଞ୍ଜନ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *