October 29, 2026
Home » ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ରେ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ଙ୍କ ସମୀକ୍ଷା

ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ରେ ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ଙ୍କ ସମୀକ୍ଷା

0
WhatsApp Image 2026-10-29 at 1.08.21 PM

୧୯୮ ଗର୍ଭବତୀ ମହିଳାଙ୍କୁ ମାଁ ଗୃହକୁ ସ୍ଥାନାନ୍ତର _କନ୍ଧମାଳ – ଇ ପି ଏ – ସାମ୍ଭାବ୍ୟ ବାତ୍ୟା”ଅର୍ଣ୍ଣବ”ର ମୁକାବିଲା ଏବଂ ଜନଜୀବନର ସୁରକ୍ଷାକୁ ସର୍ବାଧିକ ପ୍ରାଥାମିକତା ଦେଇ କନ୍ଧମାଳ ଜିଲ୍ଲା ରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି।ବାତ୍ୟାର ସାମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେରଖି ଶୂନ୍ୟ ମୃତ୍ୟୁହାର ହାସଲ କରିବା ସହ ଧନଜୀବନର ସୁରକ୍ଷା, ଜରୁରୀ ସେବାର ନିରବଚ୍ଛିନ୍ନତା ଓ ବିପର୍ଯ୍ୟୟ ପରବର୍ତ୍ତୀ ତ୍ୱରିତ ସହାୟତା ପ୍ରଦାନ ଉପରେ ଗୁରୁତ୍ବ ଦିଆଯାଇଛି।ଏ‌ହି ପରିପ୍ରେକ୍ଷୀରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗ ର ମନ୍ତ୍ରୀ ଶ୍ରୀ ରବିନାରାୟଣ ନାୟକ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ବାତ୍ୟା ମୁକାବିଲା ପ୍ରସ୍ତୁତି ସହ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।ବାତ୍ୟା ସମୟରେ ଯେପରି କୋୖଣସି ଜୀବନହାନି ନ ହୁଏ ସେଥିପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ,ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଏବଂ ଜରୁରୀକାଳୀନ ସେବାକୁ ସୁନିଶ୍ଚିତ କରିବା ଉପରେ ମନ୍ତ୍ରୀ ଗୁରୁତ୍ବରୋପ କରିଛନ୍ତି।୧୯୮ ଗର୍ଭବତୀ ମହିଳାଙ୍କୁ ମାଁ ଗୃହକୁ ସ୍ଥାନାନ୍ତର ବାତ୍ୟାର ସାମ୍ଭାବ୍ୟ ପ୍ରଭାବକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ଜିଲ୍ଲାର ୧୯୮ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷା ଦୃଷ୍ଟିରୁ ମାଁ ଗୃହକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ୧୩ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟସେବା ସହ ଅନ୍ୟାନ୍ୟ ଜରୁରୀ ଆବଶ୍ୟକତା ଉପରେ ନଜର ରଖାଯାଇଛି। ବ୍ଲକସ୍ତରରେ ବିଡ଼ିଓଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତସ୍ତରର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଆଇଓ) ଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସତର୍କ ରହିବା ସହ ସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ କୁହାଯାଇଛି।ବାତ୍ୟା ସମୟରେ ପାନୀୟ ଜଳ ଯୋଗାଣ ସମେତ ଅତ୍ୟାବଶ୍ୟକ ସେବା ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପାଇଁ ସମ୍ପୃକ୍ତ ବିଭାଗଗୁଡିକୁ ଆବଶ୍ୟକ ପ୍ରସ୍ତୁତି ସହ ସଜାଗ ରହିବାକୁ ନିଦ୍ଧେର୍ଶ ରହିଛି । ଦୁଇ ଘାଟି ରାସ୍ତାରେ ଯାତାୟାତ ବନ୍ଦ, ପର୍ଯ୍ୟଟନ ସ୍ଥଳୀକୁ ଯିବା ଉପରେ କଟକଣା _କନ୍ଧମାଳ ଜିଲ୍ଲାର ଭୋଗୋଳିକ ସ୍ଥିତି,ଘନ ଜଙ୍ଗଲ ଓ ପାହାଡିଆ ଅଞ୍ଚଳକୁ ଦୃଷ୍ଟିରେରଖି ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଗଛ ଉପୁଡ଼ି ବା, ରାସ୍ତା ଅବରୋଧ ହେବା ଏବଂ ଘରଦ୍ୱାର କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି।ଏହାକୁ ନଜରରେ ରଖି ଜିଲ୍ଲା ର ଦୁଇଟି ଘାଟି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି। ସାମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ଲାଗି ଅନ୍ନିଶ୍ରମ ବାହିନୀକୁ ସଜାଗ ରଖାଯାଇଛି। ଆବଶ୍ୟକ ପଡିଲେ ଓତ୍ରାଫ ଟିମକୁ ମଧ୍ୟ ମୃତୟନ କରାଯିବ। ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ୨୪ ଘଣ୍ଟା ସତର୍କ ରହିବା ସହ ଯେକୋୖଣସି ଜରୁରୀ ପରିସ୍ଥିତି ରେ ତ୍ୱରିତ ପଦକ୍ଷେପ ନେବାକୁ କୁହାଯାଇଛି।ବାତ୍ୟା ସମୟରେ ଜନସାଧାରଣ ଙ୍କୁ ସୁରକ୍ଷିତ ରଖିବା ଏବଂ ଯୋଗ ଯୋଗ ବ୍ୟବସ୍ଥାକୁ ସମ୍ଭବ ମାତ୍ରା ରେ ସ୍ବାଭାବିକ ରଖିବା ପାଇଁଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। କ୍ଷୟକ୍ଷତି ର ତ୍ଵରିତ ଆକଳନ ସହ ପାଞ୍ଚ ଦିନ ମଧ୍ୟରେ ସହାୟତା – କେବଳ ବାତ୍ୟା ପୂର୍ବ ପ୍ରସ୍ତୁତି ନୁହେଁ,ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ର ଆକଳନ ଓ ପ୍ରଭାବିତ ପରିବାରଙ୍କୁ ସହାୟତା ପ୍ରଦାନ ଉପରେ ମଧ୍ୟ ମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି।ବାତ୍ୟା ଯୋଗୁଁ ଘରଦ୍ୱାର ଭାଙ୍ଗିବା କିମ୍ବା ଅନ୍ୟାନ୍ୟ କ୍ଷୟକ୍ଷତି ହେଲେ ତୁରନ୍ତ ଆକଳନ କରି ପ୍ରଭାବିତ ପରିବାରଙ୍କୁ ପାଞ୍ଚ ଦିନ ମଧ୍ୟରେ ସହାୟତା ଯୋଗାଇ ଦେବା ଉପରେ ସେ ଗୁରୁତରରୋପ କରିଛନ୍ତି। ଆବଶ୍ୟକ ପଡିଲେ ମନ୍ତ୍ରୀ ନିଜେ କ୍ଷତିଗ୍ରସ୍ତ ଅଞ୍ଚଳ କୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ।ବାତ୍ୟା ଓ ବର୍ଷାର ପ୍ରଭାବ ହ୍ରାସ ପାଇବା ପର୍ଯ୍ୟନ୍ତ ଜିଲ୍ଲା ରେ ରହି ଲୋକଙ୍କ ସମସ୍ୟା ବୁଝିବା ସହ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସେ ଗୁରୁତ୍ବ ଦେଇଛନ୍ତି। ଏହାଦ୍ବାରା ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କୁ ତ୍ବରିତ ସହାୟତା ପହଞ୍ଚାଇବା ସହ ପରବର୍ତ୍ତୀ ସ୍ଥିତିକୁ ସ୍ବାଭାବିକ କରିବା ସମ୍ଭବ ହେବ ବୋଲି ଆଶା କରାଯାଉଛି।ଏହି ସମୀକ୍ଷା ବୈଠକ ରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦ ଭୁଷଣ, ଫୁଲବାଣୀ ବିଧାୟକ ତଥା ଜିଲ୍ଲା ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଶ୍ରୀ ଉମା ଚରଣ ମଲିକ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନଗୋବିନ୍ଦ ପ୍ରଧାନ,ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜେନ୍ଦ୍ର ପ୍ରସାଦ, ପ୍ରଶିକ୍ଷଣ ରଥ ଆଇଏଏସ ଅଧିକାରୀ ଶ୍ରୀ ଯଶକରଣ ସିଂ ଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

ଇ ପି ଏ ରୁ କନ୍ଧମାଳ ଜିଲ୍ଲାପ୍ରତିନିଧି ପ୍ରମୋଦ କୁମାର ନାୟକ ଙ୍କ ରିପୋର୍ଟ ଫୁଲବାଣୀ

Leave a Reply

Your email address will not be published. Required fields are marked *