ଅସହାୟ ବୃଦ୍ଧ ଙ୍କ ଶବ ସତ୍କାର କଲେ ସ୍ବେଚ୍ଛାସେବୀ
ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ସରସରା ଗ୍ରାମରେ ରହୁଥିବା ଅସହାୟ ବୃଦ୍ଧ ବିଶ୍ୱମ୍ବର ଭୋଇଙ୍କର ଆଜି ସକାଳେ ମୃତ୍ୟୁ ହୋଇଥିଲା । ତାଙ୍କର ପ୍ରିୟ ପରିଜନ କେହି ନଥିବାରୁ ସେହି ଗ୍ରାମର ପିତାମ୍ବର ପାଣିଗ୍ରାହୀ ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ଵୁଟୁପାଲି ର ସଂଯୋଜକ ରାମଚନ୍ଦ୍ର ମେହେର ଓ ବିକାଶ ମେହେର ଙ୍କୁ ଜଣେଇବା ପରେ ସଂଗଠନର ସଦସ୍ୟ ସନ୍ତୋଷ ମେହେର, ରମେଶ ପ୍ରଧାନ, ଇନ୍ଦ୍ରମଣି ମେହେର, ଜିତେନ୍ଦ୍ର କୁମାର ମେହେର ଙ୍କ ସହିତ ସେହି ଗ୍ରାମର ହୃଷିକେଶ ପ୍ରଧାନ ଓ ପିତାମ୍ବର ପାଣିଗ୍ରାହୀ ଙ୍କ ସହଯୋଗରେ ସରସରା ମଶାଣିରେ ଶବ ସତ୍କାର କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
