ମିଲେଟ୍ ଶକ୍ତି କାଫେର ଶୁଭ ଉଦ୍ଘାଟନ
ବ୍ରହ୍ମପୁର, : (ନରସିଂହ ଡାକୁଆ) ବ୍ରହ୍ମପୁର ସହରର କମାପଲ୍ଲୀ ନିକଟରେ ମିଲେଟ୍ ଶକ୍ତି କାଫେର ଶୁଭ ଉଦ୍ଘାଟନ ହୋଇଯାଇଛି। ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାର ଏହି କାଫେକୁ ଉଦ୍ଘାଟନ କରିଥିବାବେଳେ ବ୍ରହ୍ମପୁର ମହାନଗର ନିଗମର କମିଶନର ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।


ମିଲେଟ୍ ଜାତୀୟ ପୁଷ୍ଟିକର ଖାଦ୍ୟର ପ୍ରଚାର ପ୍ରସାର ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆର୍ଥିକ ଭାବେ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ। ମିଲେଟ୍ ଭିତ୍ତିକ ବିଭିନ୍ନ ପୁଷ୍ଟିକର ଖାଦ୍ୟ ଉପଲବ୍ଧ କରାଇବା ସହ ସ୍ଥାନୀୟ ମହିଳାମାନଙ୍କ ଉଦ୍ୟମିତାକୁ ନୂତନ ପରିଚୟ ଦେବାରେ ଏହି କାଫେ ସହାୟକ ହେବ।ଏହି ଅବସରରେ ବିଧାୟକ ଶ୍ରୀ କେ. ଅନିଲ କୁମାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଏଭଳି ଉଦ୍ୟମକୁ ସ୍ୱାଗତ କରିବା ସହ ଏହାର ଉତ୍ତରୋତ୍ତର ସଫଳତା କାମନା କରିଥିଲେ।ଏହି ଉଦ୍ଘାଟନୀ ଉତ୍ସବରେ କାଫେ ସହ ଜଡ଼ିତ ମହିଳା ସଦସ୍ୟା ଏବଂ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।ମହିଳା ସଶକ୍ତୀକରଣ, ପୁଷ୍ଟିକର ଖାଦ୍ୟ ଓ ସ୍ଥାନୀୟ ଉଦ୍ୟୋଗର ବିକାଶ ଦିଗରେ ମିଲେଟ୍ ଶକ୍ତି କାଫେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ।
