November 26, 2026
Home » ବିକଶିତ ଭାରତ ଯୁବ ନେତୃତ୍ବ ସମ୍ବାଦ ଅନୁଷ୍ଠିତ

ବିକଶିତ ଭାରତ ଯୁବ ନେତୃତ୍ବ ସମ୍ବାଦ ଅନୁଷ୍ଠିତ

0
WhatsApp Image 2026-11-26 at 3.30.16 PM

 

ରାଜ୍ୟସ୍ତରକୁ ମନୋନୀତ ହେଲେ ଜିଲ୍ଲାର ୪ ଯୁବ ପ୍ରତିଭା

ପୁରୀ : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବ ଭାରତ (MY Bharat) ଏବଂ ପୁରୀ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ବିକଶିତ ଭାରତ ୟଙ୍ଗ ଲିଡର୍ସ ଡାଏଲଗ୍–୨୦୨୭’ ବା ଯୁବ ନେତୃତ୍ବ ସମ୍ବାଦ ପ୍ରତିଯୋଗିତାରେ ପୁରୀ ଜିଲ୍ଲାର ୪ ଜଣ ଯୁବ ପ୍ରତିଭା ରାଜ୍ୟସ୍ତରୀୟ ପର୍ଯ୍ୟାୟ ପାଇଁ ମନୋନୀତ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ସୃଜନଶୀଳ ଚିନ୍ତାଧାରା, ନବସୃଜନ ଏବଂ ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଯୋଗଦାନକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି ପରିପ୍ରେକ୍ଷୀରେ ଆୟୋଜିତ ଜିଲ୍ଲାସ୍ତରୀୟ PPT (Power Point Presentation) ପ୍ରତିଯୋଗିତାରେ ଜିଲ୍ଲାର ପ୍ରତିଯୋଗୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀମାନେ ନିଜର ସୃଜନଶୀଳ ଚିନ୍ତାଧାରା, ଉପସ୍ଥାପନା ଶୈଳୀ ଓ ନେତୃତ୍ୱ ଦକ୍ଷତାର ପରିଚୟ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଯୁବ ପ୍ରତିଭା ଯଥା ସଦର ବ୍ଲକ ର ଆୟୁଶ୍ରୀ ପ୍ରଧାନ ଓ ଅଭିଲିପ୍ସା ଫତେସିଂ, ନିମାପଡ଼ା ବ୍ଲକ ର ସଞ୍ଚରିତା ସେନାପତି ଓ ଗୋପ ବ୍ଲକ ର ଇତିକା ପ୍ରିୟଦର୍ଶିନୀ ସାହୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନୋନୀତ ଯୁବ ପ୍ରତିଭାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲା ର ଗୌରବ ବୃଦ୍ଧି ପାଇଁ ଉତ୍ତମ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ।ବିଚାରକ ଭାବେ ଡିଆଇସି ର ଜିଏମ ମାନସ ରଞ୍ଜନ ବାରିକ, ହିମାଂଶୁ ଭୂଷଣ ନନ୍ଦ, ସଚ୍ଚିଦାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀଙ୍କୁ ଉପଯୁକ୍ତ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ। କ୍ରୀଡ଼ା କାର୍ଯ୍ୟାଳୟ ର ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *