July 4, 2025
Home » ରକ୍ତଦାନ ରେ କଳିଙ୍ଗ ବୈଶ୍ୟ ଯୁବକ ସେବା ସଂଘର ରେକର୍ଡ : ୩୬୧ୟୁନିଟ୍ ସଂଗ୍ରହ

ରକ୍ତଦାନ ରେ କଳିଙ୍ଗ ବୈଶ୍ୟ ଯୁବକ ସେବା ସଂଘର ରେକର୍ଡ : ୩୬୧ୟୁନିଟ୍ ସଂଗ୍ରହ

0
WhatsApp Image 2024-11-21 at 3.41.11 PM (1)

କଳିଙ୍ଗ ବୈଶ୍ୟ ସଂଘର ମୁଖିଆ ତଥା ବିଶିଷ୍ଟ ସମାଜସେବୀ ରାଜକିଶୋର ପାତ୍ରଙ୍କ ପରିଚାଳନା ରେ ପୁରୀ ହଲିଡେ ରିସୋର୍ଟ ହ୍ୱ।ଇଟ୍ ହାଉସ୍ ରେ କଳିଙ୍ଗ ବୈଶ୍ୟ ଯୁବକ ସେବାସଂଘ ଦ୍ବାରା ଆୟୋଜିତ ମେଗା ରକ୍ତଦାନ ଶିବିର ରେ ଆଜି ୩୬୧ ୟୁନିଟ୍ ରକ୍ତ ସଂଗ୍ରହ ଓ ୨୦୮ ଜଣ ଯୁବ ରକ୍ତଦାତା,ପ୍ରଥମଥର ପାଇଁ ରକ୍ତଦାନ କରିବାଏକ ରେକର୍ଡ଼ ଭାବେ ପରିଗଣିତ ହୋଇଛି। ସେବାସଂଘର ରୌପ୍ୟ ଜୟନ୍ତୀ ବର୍ଷ ଉପଲକ୍ଷେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଏକକାଳୀନ କୋଡ଼ିଏଟି ବେଡ୍ ରେ ରକ୍ତଦାତାମାନେ ରକ୍ତଦାନ କରିଥିଲେ।ଭାରତୀୟ ରେଡକ୍ରସ ଓଡ଼ିଶା ଶାଖାର ଭୁବନେଶ୍ୱର ଓ ପୁରୀ ବ୍ଲଡ଼ ବ୍ୟାଙ୍କ ମିଳିତ ଭାବେ ରକ୍ତ ସଂଗ୍ରହ କାର୍ଯ୍ୟ କରିବା ଦେଖାଯାଇଥିଲା।

ଏଥିରେ ଅତିଥି ଭାବେ ଜୟଦେବ ନାୟକ,ଏଚଡିଏଫସି ବ୍ୟାଙ୍କ ମୁଖ୍ୟ ଦେବାଶିଷ ପାଣି,ଡିସିବି ବ୍ୟାଙ୍କ ମୁଖ୍ୟ ଦେବରାଜ କର,ଯୁବ ସମାଜସେବୀ ଷ୍ଟାଲିନ ପରିଜା,ବିଭୁପ୍ରସାଦ ସାହୁ, ଭାସ୍କର ପାତ୍ର ମଧୁସୂଦନ ମିଶ୍ର, ଅଭିମନ୍ୟୁ ଭୂୟାଁ,ବିଭୁଦତ୍ତ ସୁବୁଦ୍ଧି, ପ୍ରଫେସର ବିଶ୍ଵରଞ୍ଜନ ପତି, କୃଷ୍ଣଚନ୍ଦ୍ର ପାତ୍ର,ଶିବ ସେନାପତି,ଝିମିଲି ପଟ୍ଟନାୟକ,ବିଶ୍ଵନାଥ ମିଶ୍ର , ଜଗନ୍ନାଥ ବସ୍ତିଆ, ବଦ୍ରି ମିଶ୍ର,ବିଶ୍ଵମୋହନ ପଟ୍ଟନାୟକ,ନରେନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଥିବା ବେଳେ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଯୁବକ ସେବା ସଂଘ ସଭାପତି ଚିନ୍ମୟ ପାତ୍ର,.ସଂପାଦକ ସୀତାରାମ ସେନାପତି, ଜୟନ୍ତୀ ମହାପାତ୍ର, ସଂଘ ଅଧ୍ୟକ୍ଷ କେଦାରନାଥ ମହାପାତ୍ର, ମଧୁମିତା ମହାପାତ୍ର,ଗୋବିନ୍ଦ ପାତ୍ର, ସୌମ୍ୟରଞ୍ଜନ ପାତ୍ର, ମହିଳା ସଂଘର କବିତା ପାତ୍ର,ମଙ୍ଗମା ପାତ୍ର ଓ କଳିଙ୍ଗ ବୈଶ୍ୟ ସଂଘ, ମହିଳା ସଂଘର ଓ ଯୁବକ ସଂଘ ର କର୍ମକର୍ତ୍ତାମାନେ।ଏହି ଅବସରରେ ପ୍ରତି ରକ୍ତଦାତାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଵା ସମୟରେ ଏହି ରକ୍ତଦାନ ରେ ସହଯୋଗ କରିଥିବା ସମସ୍ତ ଅନୁଷ୍ଠାନ କୁ ଅତିଥିମାନେ,ସ୍ବତନ୍ତ୍ର ପ୍ରଶଂସାପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ର ଉଦଘୋଷକ ଥିଲେ ଶ୍ୟାମପ୍ରକାଶ ସେନାପତି।

Leave a Reply

Your email address will not be published. Required fields are marked *