May 13, 2025
Home » ଚକ୍ଷୁଦାନ କରି ଅମର ରହିଲେ ଜମ୍ମୁଲା ମୋହନ ରାଓ

ଚକ୍ଷୁଦାନ କରି ଅମର ରହିଲେ ଜମ୍ମୁଲା ମୋହନ ରାଓ

0
WhatsApp Image 2024-11-29 at 7.15.23 PM (1)

ବ୍ରହ୍ମପୁର ,୨୯.୧୧. ବଡ ବଜାର ନିଵାସୀ ଜମ୍ମୁଲା ମୋହନ ରଙ୍କର ୮୨ ବର୍ଷ ବୟସରେ ଭୁବନେଶ୍ୱରସ୍ଥ ଆପୋଲୋ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି।ଦେବଙ୍ଗତ ମୋହନଙ୍କର ଦୁଇପୁତ୍ର ଜେ.ରବି କୁମାର,ଯେ.ଗଣେଶ ଓ ଏକ ଝିଅ ଅଛନ୍ତି। ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ପୂର୍ବତନ ସଭାପତି ଶ୍ରୀ କୁମାର ସ୍ୱାମୀଙ୍କ ପ୍ରେରଣାରେ ଭୁବନେଶ୍ୱର ସ୍ଥିତ ଏଲ.ଭି.ପ୍ରସାଦ ଚକ୍ଷୁ ଚିକିତ୍ସାଲୟରେ ମୋହନ ରାଓଙ୍କ ଚକ୍ଷୁଦାନ କରାଯାଇଥିଲା ।

ଦିନ ୧୨ ଘଣ୍ଟା ସମୟରେ ଦୃଷ୍ଟିଦାନ ଏଲ.ଭି.ପ୍ରସାଦ ହସ୍ପିଟାଲର ଡ. ସୁମିତ୍ରା ଚକ୍ଷୁ (କର୍ଣ୍ଣିଆ) ସଂଗ୍ରହ କରି ଚକ୍ଷୁ ବେଙ୍କରେ ସୁରକ୍ଷିତ କରି ରଖିଛନ୍ତି ଓ ଏହାକୁ ଖୁବ ଶୀଘ୍ର କର୍ଣ୍ଣିଆ ଜନିତ ଦୃଷ୍ଟିବାଧିତଙ୍କ ଚକ୍ଷୁରେ ରୋପଣ କରାଯିବ ବୋଲି ଜଣାଇଛନ୍ତି। ଚକ୍ଷୁ ଦାନ ସମୟରେ ପୁଅ ଜେ.ରବି କୁମାର ଓ ନାତି , ନୀଳ ରତ୍ନମ,ଜମ୍ମୁଲା ଭେଙ୍କଟ ପ୍ରସାଦ, କୋଟଣୀ ନିର୍ମଳ କୁମାର୍ ତିରମୂଳ କୁମାର, ଚିନ୍ନାରି ଭେଙ୍କଟରତ୍ନମ, ଈଶ୍ୱର ସୁବୁଦ୍ଧି କୋଞ୍ଚଡା କୁମାର ସ୍ୱାମୀ ଆଦି ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ଇଲଲେଖାଯୋଗ୍ୟ ଯେ ଦିବଂଗତ ମୋହନଙ୍କ ସ୍ତ୍ରୀ ଜେ.ଅଖିଲେଣ୍ଡେଶ୍ୱରୀ ୨୦୧୧ ମସିହାରେ ଚକ୍ଷୁଦାନ କରିଥିଲେ। ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ ଆନୁକୂଲ୍ୟରେ ଏହି ମାସରେ ଦୁଇଜଣ ଓ ଏହିବର୍ଷ ୧୮ ଜଣ ମୃତ୍ୟୁପରେ ନେତ୍ର ଦାନ କରି ଅମର ହୋଇଥିବା ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ଉପସଭାପତି ଜମ୍ମୁଲା ସୁରେଶ ଜଣାଇଚଗନ୍ତି।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *