August 27, 2025
Home » ଧାନ ଫସଲ ନଷ୍ଟ ଓ ପ୍ରଭାବିତ ଜମିର କ୍ଷତି ପୂରଣ ପାଇଁ ବିଜେଡ଼ି ର ଦାବୀ !

ଧାନ ଫସଲ ନଷ୍ଟ ଓ ପ୍ରଭାବିତ ଜମିର କ୍ଷତି ପୂରଣ ପାଇଁ ବିଜେଡ଼ି ର ଦାବୀ !

0
WhatsApp Image 2024-12-26 at 8.28.25 PM

ଅଦିନିଆ ବର୍ଷା ଓ ଝଡି ବର୍ଷା, କୋହଲା ପାଗରେ ହଜାର ହଜାର ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଯାଇଛି । ଏପରିକି ପ୍ରଭାବିତ ଜମିରେ ଫସଲ ମଧ୍ୟ ଅହେତୁକ କ୍ଷତି ଘଟିଛି । କ୍ଷତିଗ୍ରସ୍ତ ଧାନ ଫସଲ ଏଵଂ ପନି ପରିବା, ବାଡିବାଗିଚାରେ ନଷ୍ଟ ହୋଇଥିବା ଉଦ୍ୟାନ କୃଷି କ୍ଷେତ ର କ୍ଷତି ପୂରଣ ଚାଷୀ ଙ୍କୁ ପ୍ରଦାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତୃମଣ୍ଡଳୀ ତରଫରୁ ଦାବୀ ହୋଇଛି । ସୋମବାର ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ବରିଷ୍ଠ ବିଜେଡ଼ି ନେତା ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ଭୃଗୁ ବକ୍ସିପାତ୍ର, ସୁବାଷ ଚନ୍ଦ୍ର ମହାରଣା, ଶଙ୍କର ଦାଶ, ଟି.ଚନ୍ଦ୍ର ଶେଖର ରାଓ, ପୂର୍ବତନ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଖଲିକୋଟ ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ଧରାକୋଟ ରାଜା ସାହେବ୍ ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଡ଼ା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ସି.ଏଚ. ଦିଲେଶ ରେଡ୍ଡୀ, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଡେପୁଟୀ ମେୟର ଇ. ବିବେକ ରେଡ୍ଡୀ, ଛତ୍ରପୁର ପୌର ପରିଷଦ ଉପାଧ୍ୟକ୍ଷ ଜି. ପାପା ରାଓ, କାଉନସିଲ ଦେବାଶିଷ ମିଶ୍ର, ବି. ନିଶ୍ଚଳା ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ରାଜ୍ଯ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଚାଷୀ ଙ୍କୁ କ୍ଷତି ପୂରଣ ନ ଦେଲେ ଜନ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଜେଡି ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଛି ।।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )l

Leave a Reply

Your email address will not be published. Required fields are marked *