March 12, 2025
Home » ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ଟ୍ରକ୍‌: ଡ୍ରାଇଭର୍‌ ଜୀବନ୍ତ ଦଗ୍ଧ

ମୁହାଁମୁହିଁ ଧକ୍କାରେ ଜଳିଗଲା ୨ ଟ୍ରକ୍‌: ଡ୍ରାଇଭର୍‌ ଜୀବନ୍ତ ଦଗ୍ଧ

0

କଳାହାଣ୍ଡି ଜିଲା ଭବାନୀପାଟଣା ନିକଟସ୍ଥ ପାଷ୍ଟିକୁଡି-ନାସିଗାଁ ମଝିରେ ଥିବା ୨୬ ନମ୍ବର ଜାତୀୟ ରାଜପଥରେ ଚାଉଳ ବୋଝେଇ ଟ୍ରକ ଓ କୋଇଲା ବୋଝେଇ ଟ୍ରକ ମଧ୍ୟରେ ଧକ୍କା ହୋଇଛି। ଫଳରେ ୨ଟ୍ରକ ନିଆଁ ଲାଗି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି।


ସୂଚନାଯୋଗ୍ୟ, ଗତ ରାତିରୁ ଏକ ଚାଉଳ ବୋଝେଇ ଟ୍ରକ ଗତ ରାତିରୁ ରାସ୍ତା କଡ଼ରେ ରହି ଥିଲା। ଡ୍ରାଇଭର ଓ ହେଲପର ରାନ୍ଧି ଖାଇ ଶୋଇଥିବା ବେଳେ ଆଜି ସକାଳ ଭୋର ୪ଟା ବେଳେ ଏକ କୋଇଲା ବୋଝେଇ ଟ୍ରକ ପଛ ପଟୁ ଧକ୍କା ଦେବାରୁ ଉଭୟ ଗାଡ଼ିରେ ନିଆ ଲାଗିଯାଇଥିଲା। କୋଇଲା ଟ୍ରକ ର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଥିବା ଜଣାପଡିଛି। ସ୍ଥାନୀୟ ନାସିଗାର ପୂର୍ବତନ ସରପଞ୍ଚ ଅଗ୍ନିଶମ ବିଭାଗକୁ ଖବର ଦେବାରୁ ୩ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆ ଲିଭାଇଥିଲେ।

kalahandi jilla epa ru ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *