May 12, 2025
Home » ମ୍ୟାଜିକ ଦେଖାଇବି କହି ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ପ୍ରଥମ ଶ୍ରେଣୀର ଛାତ୍ରର ବେକ କାଟିଦେଲା ବ୍ଲେଡରେ

ମ୍ୟାଜିକ ଦେଖାଇବି କହି ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ପ୍ରଥମ ଶ୍ରେଣୀର ଛାତ୍ରର ବେକ କାଟିଦେଲା ବ୍ଲେଡରେ

0
WhatsApp Image 2024-09-02 at 4.34.33 PM

ଚିକିତ୍ସାଧିନରେ ପ୍ରଥମ ଶ୍ରେଣୀର ଛାତ୍ର ଏବ° ପୋଲିସର ତଦନ୍ତ ଜାରି

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ସାନମାଟିକଣା ସରକାରୀ ଆଶ୍ରମ ବିଦ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ର ମ୍ୟାଜିକ ଦେଖାଇବି କହି ବ୍ଲେଡଧରି ଖେଳୁଥିବା ସମୟରେ ସାମାନ୍ୟ ଅସାବଧାନତା ଯୋଗୁଁ ପ୍ରଥମ ଶ୍ରେଣୀର ଛାତ୍ରର ବେକ ବ୍ଲେଡରେ କାଟିଦେଇଛିI ଖବର ପାଇବା କ୍ଷଣିକେ ଶିକ୍ଷକ ଓ ରୋଷେଇୟା ଘଟଣାସ୍ତଳକୁ ପହଞ୍ଚିଥିଲେ । ଜୁଡୁବୁଡୁ ରକ୍ତ ସ୍ରାବସ୍ଥାରେ ଛାତ୍ରଟି ଛଟପଟ ହେଉଥିବା ଦେଖି ଉଦ୍ଧାରକରି ୧୦୮ ଆମ୍ବୁଲାନ୍ସ ଡକାଇ ଟିକିରି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରଥମେ ଦେଖାଇଥିଲେ । ସେଠାରୁ କାଶିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରିଶେଷରେ ଗୁରୁତର ଅବସ୍ଥାରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ଛାତ୍ର ଜଣକୁ ସ୍ଥାନାନ୍ତରିତ କରାଯାଇ ଚିକିତ୍ସା ଚାଲିଥିବା ଜଣାପଡିଛି । ସେହିପରି ଏପରି ଘଟଣ ନେଇ ଖବର ପାଇ ଘଟଣାସ୍ଥଳରେ ଟିକିରି ପୋଲିସ ପହଞ୍ଚି କେଉଁ ପରିସ୍ଥିତିରେ ଏପରି ଏକ ଅଭାବନୀୟ ଘଟଣା ହେଲା ତାହା ନେଇ ତନାଘନା ଚଲେଇଲି ।

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *