May 13, 2025
Home » ବିଶିମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ

ବିଶିମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ

0
WhatsApp Image 2024-07-16 at 5.25.34 PM

ସୁବର୍ଣ୍ଣପୁର : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଶିମୁଣ୍ଡା ରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଦୁର୍ଗା ଚରଣ ଦୀପ ଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା।ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ସୋନପୁର ଫରେଷ୍ଟର ଶ୍ରୀଯୁକ୍ତ ଭକ୍ତବନ୍ଧୁ ମିଶ୍ର ଯୋଗଦାନ କରିଥିଲେ । ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ବିଶ୍ବବିହାରୀ ମିଶ୍ର ସ୍ବାଗତ ଭାଷଣ ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରମେଶ ମେହେର ତାଙ୍କର ଅଭିଭାଷଣରେ ବୃକ୍ଷ ର ଆବଶ୍ୟକତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ବୃକ୍ଷ ହିଁ ଜୀବନ ଉପରେ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତି ପ୍ରତିମା ସାହାଣି ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ଅତିଥି ବୃନ୍ଦ, ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ,ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ,ସଭ୍ୟା ବୃନ୍ଦ, ଛାତ୍ର,ଛାତ୍ରୀମାନେ ସ୍ଲୋଗାନ ଓ ପ୍ଲାଏକାର୍ଡ ସହିତ ଗ୍ରାମ୍ ପରିକ୍ରମା କରି ବିଦ୍ୟାଳୟ ପରିସରରେ ଓ ବିଦ୍ୟାଳୟ ଖେଳପଡିଆ ଚାରିପଟେ ବୃକ୍ଷ ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ କୁନୁଲତା ସାହୁ ଓ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନର ଶ୍ରମଦାନ ଶିକ୍ଷକ ଶ୍ରୀ ଶିବାଶିଷ ବଘାର ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *