September 24, 2026
Home » The INSTITUTE OF SOCIAL & ECONOMIC RESEARCH ତରଫରୁ ଜାତୀୟ ସେମିନାର ଆୟୋଜନ

The INSTITUTE OF SOCIAL & ECONOMIC RESEARCH ତରଫରୁ ଜାତୀୟ ସେମିନାର ଆୟୋଜନ

0
WhatsApp Image 2026-09-24 at 10.11.00 AM

 

ସାମାଜିକ ଏବଂ ଅର୍ଥନୈତିକ ଗବେଷଣା ପ୍ରତିଷ୍ଠାନ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ରେଡକ୍ରସ ଭଵନ ସମ୍ମିଳନୀ କକ୍ଷରେ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ କରାଯାଇଥିଲା। ଏହି ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରଶାସକ ଶ୍ରୀଯୁକ୍ତ ବିବେକ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବରେ ପ୍ରଫେସର ନିରଞ୍ଜନ ବାରିକ ଏବଂ ମୁଖ୍ୟ ବକ୍ତା ଭାବେ ପ୍ରଫେସର ସତ୍ୟନାରାୟଣ ମିଶ୍ର ଯୋଗଦାନ କରିଥିଲେ। ଆଲୋଚନାର ବିଷୟ ବସ୍ତୁ ଥିଲା ସୀମା ସେପାରି ସାମାଜିକ ଏବଂ ଅର୍ଥନୈତିକ ପୂର୍ଣ୍ଣବିନ୍ୟାସ ଭୂରାଜ ନୈତିକ ବିସ୍ଲେଷଣ।

ଏହି ସଭାରେ ସଭାପତିତ୍ୱ କରିଥିଲେ ବିଶିଷ୍ଟ ପ୍ରଶାସକ ଏବଂ ସାହିତ୍ୟିକ ଡ଼କ୍ଟର ରବିନାରାୟଣ ସେନାପତି, ଅନୁଷ୍ଠାନର ସଚିବ ପ୍ରଫେସର ଅନିତା ଦାସ ବିଷୟଭୁତିକ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଆଲୋଚନାରେ ମୁଖ୍ୟ ଅତିଥି,ସମ୍ମାନିତ ଅତିଥି ଏବଂ ମୁଖ୍ୟ ବକ୍ତାମାନେ ସାଂପ୍ରତିକ ବୈଶିକ ପରିସ୍ଥିତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ବିଶ୍ୱର ଶାନ୍ତି ଏବଂ ସ୍ଥିରତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଶେଷରେ ଅନୁଷ୍ଠାନର ଯୁଗ୍ମ ସଚିବ ଡ଼ ଅଖିଳ କୁମାର ସୁଆର ଧନ୍ୟବାଦ ଅର୍ପଣ କରିଥିଲେ।ଆଲୋଚନାରେ ବହୁ ବିଶିଷ୍ଟ ବୁଦ୍ଧିଜୀବୀ,ଶିକ୍ଷାବିତ ଏବଂ ଗବେଷକ ମାନେ ନିଜ ନିଜର ଅମୁଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *