September 17, 2024
Home » ରାଷ୍ଟ୍ରପତି ଚଳିତ ବର୍ଷର ଜାତୀୟ ଶିକ୍ଷକ ପୁରସ୍କାର -2024 ପାଇଁ ମନୋନୀତ ଡ ଦ୍ୱିତୀ ଚନ୍ଦ୍ର ସାହୁଙ୍କୁ କରିବେ ସମ୍ମାନିତ

ରାଷ୍ଟ୍ରପତି ଚଳିତ ବର୍ଷର ଜାତୀୟ ଶିକ୍ଷକ ପୁରସ୍କାର -2024 ପାଇଁ ମନୋନୀତ ଡ ଦ୍ୱିତୀ ଚନ୍ଦ୍ର ସାହୁଙ୍କୁ କରିବେ ସମ୍ମାନିତ

0

 

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ସେପ୍ଟେମ୍ବର ୫, ୨୦୨୪ ତାରିଖରେ ଭାରତରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ଦେଶରେ ୫୦ ଜଣ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପ୍ରଦାନ କରିବେ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦ୍ଵାରା ପ୍ରତ୍ୟେକ ମନୋନୀତ ଶିକ୍ଷକଙ୍କୁ ପୁରସ୍କାର ବାବଦରେ ମେରିଟ୍ ସାର୍ଟିଫିକେଟ୍, ନଗଦ ପୁରସ୍କାର ୫୦,୦୦୦/- ଟଙ୍କା ଏବଂ ଏକ ରୈପ୍ୟ ପଦକ ପ୍ରଦାନ କରାଯିବ। ଉକ୍ତ ୫୦ ଜଣ ଶିକ୍ଷକ ମଧ୍ୟରୁ ଓଡ଼ିଶାରେ କାଲାହାଣ୍ଡି ଜିଲ୍ଲାର ନରଲା ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସାନ୍ତୋଷ କୁମାର କର ଏବଂ ରାୟଗଡ ଜିଲ୍ଲାର ବିଲେସୁ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଦ୍ୱିତି ଚନ୍ଦ୍ର ସାହୁ ଏହି ଦୁଇ ଜଣଙ୍କୁ ଜାତୀୟ ପୁରସ୍କାର ୨୦୨୪ ପାଇଁ ମନୋନୀତ କରାଯାଇଛି ।


ରାୟଗଡ ଜିଲ୍ଲାର ବିଲେଶୁ ସରକାରୀ ଉଚ୍ଚ ବିଦ୍ୟାଳୟରେ କଳା ଶିକ୍ଷକ ଭାବେ କର୍ମରତ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପାଇଁ  ଚୟନ ହୋଇଛନ୍ତି। ଦିର୍ଘ ୨୩ ବର୍ଷ କାଳ ଧରି ଜନଜାତି ପିଲାଙ୍କ ଶିକ୍ଷାର ବିକାଶ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ଶିକ୍ଷଣ ପଦ୍ଧତିକୁ ଆପଣାଇ ସେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକାଶ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଚଳିତ ବର୍ଷ ଜାତୀୟ ପୁରସ୍କାର ୨୦୨୪ ମନୋନୀତ ହୋଇଛନ୍ତି ।
ଭାରତ ପ୍ରତିବର୍ଷ ୫ ସେପ୍ଟେମ୍ବର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ଜାତୀୟ ଶିକ୍ଷକ ଦିବସ ଭାବରେ ପାଳନ କରିଥାଏ।
ଜାତୀୟ ଶିକ୍ଷକ ପୁରସ୍କାରର ମୂଳ ଉଦ୍ଦେଶ୍ୟ ହେଉଛି ସାରା ଦେଶରେ ଶିକ୍ଷାବିତଙ୍କ ଦ୍ୱାରା ଉଲ୍ଲେଖନୀୟ ଅବଦାନ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା । ଏହା ସେହି ଶିକ୍ଷାବିତମାନଙ୍କୁ ସମ୍ମାନିତ କରିବାକୁ ଚେଷ୍ଟା କରେ ଯେଉଁମାନେ କେବଳ ଶିକ୍ଷାର ମାନ ବୃଦ୍ଧି କରିନାହାଁନ୍ତି ବରଂ ଅବିସ୍ମରଣୀୟ ଉତ୍ସର୍ଗ ଦ୍ୱାରା ସେମାନଙ୍କ ଛାତ୍ରମାନଙ୍କ ଜୀବନରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଇଛନ୍ତି ।
ଶିକ୍ଷାରେ ଉତ୍କର୍ଷତା ଏବଂ ଶିକ୍ଷା ସମ୍ପ୍ରଦାୟ ଉପରେ ସେମାନଙ୍କର ସକରାତ୍ମକ ପ୍ରଭାବ ପ୍ରଦର୍ଶନ ଆଧାରରେ ପ୍ରତିବର୍ଷ, ଅନେକ ଉତ୍ସର୍ଗୀକୃତ ଶିକ୍ଷାବିତ ଏହି ସମ୍ମାନ ପାଇଁ ଆବେଦନ କରିଥାନ୍ତି ।
ସୂଚନା ମୁତାବକ ସମସ୍ତ ମନୋନୀତ ଶିକ୍ଷକଗଣ ୦୩ ସେପ୍ଟେମ୍ବର (ଅପରାହ୍ନ) ରୁ ୦୬ ସେପ୍ଟେମ୍ବର, ୨୦୨୪ (ପୂର୍ବାହ୍ନ) ପର୍ଯନ୍ତ ହୋଟେଲ ‘ଦି ଅଶୋକ’, ୫୦-ବି, ଡିପ୍ଲମେଟିକ ଏନକ୍ଲେଭ, ଚାନକ୍ୟପୁରୀ, ନୂଆଦିଲ୍ଲୀ ଠାରେ ବୋର୍ଡିଂ ଏବଂ ରହଣି ବ୍ୟବସ୍ଥା କରାଯାଇଥିବା ବେଳେ ୦୩ ସେପ୍ଟେମ୍ବର ୨୦୨୪ରେ ସନ୍ଧ୍ୟା ୦୫ ଘଣ୍ଟିକା ସମୟରେ ନୂଆଦିଲ୍ଲୀର ହୋଟେଲ ଅଶୋକ ଠାରେ ଏକ ସଂକ୍ଷିପ୍ତ ବୈଠକ ଅନୁଷ୍ଠିତ ହେବ।
ରାଷ୍ଟ୍ରପତିଙ୍କ ଠାରୁ ୫୦ ଜଣ ଶିକ୍ଷକ ପୁରସ୍କାର ପ୍ରଦାନ ପରେ ପ୍ରଧାନମନ୍ତ୍ରୀଙ୍କ ସହ ଏକ ସ୍ବତନ୍ତ୍ର ବାର୍ତ୍ତାଳାପ ବୈଠକ ଅନୁଷ୍ଠିତ ହେବ। ଚଳିତ ବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପାଇଁ ମନୋନୀତ ବହୁ ପ୍ରତିଭାବାନ ଶିକ୍ଷକ ଡ. ଦ୍ଵିତୀ ଚନ୍ଦ୍ର ସାହୁଙ୍କୁ ରାଜ୍ୟର କୋଣ ଅନୁକୋଣରୁ ପ୍ରଶଂସା ଓ ଅଭିନନ୍ଦନ ଆସୁଛି।

 

ରାୟଗଡା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ…..
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *