August 14, 2026
Home » ଆସନ୍ତା ୧୫ରେ ଶକ୍ତିଧାମରେ ହରିୟାଲି ତିଜ ଉତ୍ସବ

ଆସନ୍ତା ୧୫ରେ ଶକ୍ତିଧାମରେ ହରିୟାଲି ତିଜ ଉତ୍ସବ

0
WhatsApp Image 2026-08-14 at 9.20.58 PM

 

ଟିଟିଲାଗଡ: ଆସନ୍ତା ୧୫ ତାରିଖରେ ସ୍ଥାନୀୟ ରାଣୀସତୀ ଶକ୍ତିଧାମ ମନ୍ଦିରରେ ହରିୟାଳି ତିଜ ଉତ୍ସବ ପାଳନ କରାଯିବ ବୋଲି ଟ୍ରଷ୍ଟି ଡାକ୍ତର ଗୌରିଶଙ୍କର କେଜ୍ରିୱାଲ ଓ ଟ୍ରଷ୍ଟି କ୍ରିଷ୍ଣା କେଜରିୱାଲ ଜଣାଇଛନ୍ତି । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ୧୫ ତାରିଖ ସନ୍ଧ୍ୟା ସାଢ଼େ ୪ଟାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ସମ୍ବଲପୁରର ସୁପ୍ରସିଦ୍ଧ ଭଜନ ଗାୟିକା ପୂଜା ଶର୍ମା ପୋଦ୍ଦାର ଓ ତାଙ୍କ ଦଳ ଭଜନ ପରିବେଷଣ କରିବେ । ଏହି ଅବସରରେ ରାଜସ୍ଥାନୀ ପରିଧାନରେ ଆସିଥିବା ମହିଳା ମାନଙ୍କରେ ଶ୍ରେଷ୍ଟ ଚୟନିତ ମହିଲାକୁ ସମ୍ବର୍ଦ୍ଧିତ କରାଯିବ । ଏଥିସହ ନୂତନ ଭାବେ ବିବାହିତ ବୋହୂ ଓ ଝିଅଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଏଣୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ମହିଳା ମାନଙ୍କୁ ମନ୍ଦିର ପରିଚାଳନା କମିଟି ଅନୁରୋଧ ଜଣାଇଛି ।

 

Titilagarh ru santosh kejerwal nka report

Leave a Reply

Your email address will not be published. Required fields are marked *