କର୍କଟ ରୋଗରେ ପୀଡିତା ରୋଗୀଙ୍କ ପରିବାର ନିକଟରେ ପହଞ୍ଚିଲା ଛତ୍ରପୁର ମେଡ଼ିକାଲ ସ୍ବାସ୍ଥ୍ୟ ଟିମ୍
ଛତ୍ରପୁର: ସାରା ବିଶ୍ୱରେ ହୁ ହୁ ହୋଇ କର୍କଟ ରୋଗ ବ୍ୟାପୀ ଚାଲିଥିବା ବେଳେ ଲୋକଙ୍କ ଭିତରେ ସଚେତନତା ଅଭାବ ଓ ବହୁଳ ପରିମାଣରେ ଜଙ୍କ ଫୁଡ୍ ଖାଦ୍ୟପେୟ ର ମୂଳ କାରଣ ଦେଖିବାକୁ ମିଳୁଛି । ଏହି କର୍କଟ ରୋଗରେ ଆକ୍ରାନ୍ତ ହୋଇ କିଏ ସର୍ବସାନ୍ତ ହୋଇଛି ତ, ଆଉ କିଏ ସବୁଦିନ ପାଇଁ ଦୁନିଆରୁ ସୋଇଯାଇଛି । ହଁ ଆଜ୍ଞା ଏମିତି ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ତେଲୁଗୁ ନୂଆଗାଁ ଇନ୍ଦିରାଆବାସ ସାହିର ଦିନ ମଜୁରିଆ ମଙ୍ଗଳା ଦାସଙ୍କ ପରିବାରରେ । ଆଜି ସର୍ବସାନ୍ତ ହୋଇଯାଇଛନ୍ତି ପରିବାର ଲୋକେ । ମଙ୍ଗଳା ଦାସ ଦିନ ମଜୁରିଆ କରୁଥିବା ବେଳେ ସ୍ତ୍ରୀ ଜୟନ୍ତୀ ଦାସ, ଯାହାଙ୍କ ବୟସ ୩୯ ସ୍ତନକର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ବ୍ରହ୍ମପୁର ବଡ଼ମେଡ଼ିକାଲ ଠାରୁ ଆରମ୍ଭ କରି ଘରୋଇ ମେଡ଼ିକାଲରେ ଚିକିତ୍ସା କରି ଘରେ ଥିବା ସ୍ୱଳ୍ପ ଅର୍ଜିତ ଧନ ଓ ଟଙ୍କାକୁ ଉଚ୍ଚ ସୁଧ ଆଣି ଚିକିତ୍ସା କରିଥିଲେ କିନ୍ତୁ ଶେଷରେ ସର୍ବଶାନ୍ତ ହୋଇ ଭଗବାନଙ୍କୁ ହାତ ଟେକିଦେଲେ ପରିବାର ଲୋକେ । କାରଣ ଘର କହିଲେ ୬ ମାସ ହେବ ଅନ୍ତୋଦୟ ଗୃହ ଯୋଜନାରେ ଘର ଖଣ୍ଡେ ମିଳିଛି ଏବଂ ଘରେ ୧୫ ବର୍ଷର ଝିଅ ସାଙ୍ଗକୁ ୧୪ ବର୍ଷ ଓ ୧୧ ବର୍ଷ ଦୁଇ ପୁଅ ରହିଛନ୍ତି ତେବେ ସେମାନଙ୍କ ପେଟକୁ ଦାନା ଓ ମହତ ମଯ୍ୟଦା ଯୋଗାଡ଼ କରିବାକୁ ଆଉ ସକ୍ଷମ ନାହାନ୍ତି ମଙ୍ଗଳା । ଆଉ ଜୟନ୍ତୀଙ୍କ ଚିକିତ୍ସା କରିବା ପାଇଁ ଅସମର୍ଥ ହୋଇ ପଡିଛନ୍ତି ମଙ୍ଗଳା କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡ଼ା.ଅଲେଖ ପ୍ରଧାନ ଏହାକୁ ଗୁରୁତର ସହ ନେଇ ଶ୍ରୀ ପ୍ରଧାନ ସାଙ୍ଗରେ ନିଜ ମେଡିକାଲ୍ ର ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ା. ଇନ୍ଦ୍ରଜିତ ପାଢ଼ୀ ଙ୍କୁ ସାଙ୍ଗରେ ନେଇ କର୍କଟ ରୋଗରେ ଆକ୍ରାନ୍ତ ଜୟନ୍ତୀ ଦାସଙ୍କ ଘରେ ପହଞ୍ଚି ଜୟନ୍ତିଙ୍କୁ ସାହସ ଓ ଉତ୍ସାହିତ କରିବା ସହ ସମସ୍ତ ଡାକ୍ତରୀ ନଥିପତ୍ର ପରଖି ଆଗମୀ ଦିନରେ କିପରି ଭାବରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ଜୟନ୍ତୀ ଓ ତାଙ୍କ ପରିବାର ସହ ଆଲୋଚନା କରିଛନ୍ତି । ଚିକିତ୍ସା ନିମନ୍ତେ ଜୟନ୍ତୀଙ୍କ ପରିବାର ଉପରେ କିପରି ଯେମିତି ଆର୍ଥିକ ବୋଝ ନ ପଡି ଓଡ଼ିଶା ସରକାର,ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗଙ୍କ ଦ୍ବାରା ଚିକିତ୍ସା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରି ଆଗମୀ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଡ଼ା. ପ୍ରଧାନ କହିଥିଲେ । ଅନ୍ୟପକ୍ଷରେ ଜୟନ୍ତୀଙ୍କ ସ୍ବାମୀ ମଙ୍ଗଳା ଦାସ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ମୋ ସ୍ତ୍ରୀ କୁ କିଭଳି ଉତ୍ତମ ଚିକିତ୍ସା ପାଇ ପାରିବ ଓ ଏହି ରୋଗ ରୁ ମୁକ୍ତି ହୋଇପାରିବ ସେ ଦିଗରେ ଜିଲ୍ଲାପାଳ ଙ୍କ ଜରିଆରେ ସରକାର ଙ୍କୁ ଗୁହାରି କରିଛନ୍ତି ।
chatrapur ru muna behera nka report
