April 29, 2026
Home » ଜିଲ୍ଲା ସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2026-04-29 at 4.49.14 PM

ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ବେସାମାରିକ ଯୋଗାଣ ବିଭାଗ, ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଓ ରେଆର ସୋନପୁର ଦ୍ୱାରା ତଥା ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସହାୟତା ରେ ଜିଲ୍ଲା ସ୍ତରୀୟ ଖାଉଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗ ଦେଇ ଉଦଘାଟନ କରିବା ସହ ଖାଦ୍ୟ ଅପମିଶ୍ରଣ ର ପ୍ରତିକାର ବିଷୟରେ ଉପସ୍ଥାପନା କରିଥିଲେ l ଅନ୍ୟତମ ଅତିଥିଭାବେ ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗ ର ସଭାପତି ଉପାନନ୍ଦ ପୁରୋହିତ, ସଦସ୍ୟ ହଳଧର ପଧାନ, ଖାଉଟି ଅଧିକାର ଓ ଆଇନ ବିଷୟରେ ଆଲୋଚନା କରିଥିଲେ l ମୁଖ୍ୟ ବେସାମାରିକ ଯୋଗାଣ ଅଧିକାରୀ ନିରୋଦ ରଞ୍ଜନ ଦାସ,ଉପ ନିୟନ୍ତ୍ରକ ବୈଧ ମାପ, ଓଜନ ବିଭାଗ ଶ୍ରୀ ବାଗରାଇ ସୋରେନ,ଜିଲ୍ଲା ମଙ୍ଗଳ ଅଧିକାରୀ ଅଚୁତାନନ୍ଦ ସିଂ,ସ୍ୱତନ୍ତ୍ର ଶିଶୁ ଅତିଥି ଆଦ୍ୟାଶ୍ରୀ ପାଣିଗ୍ରାହୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରୀତି ସୁନା,ବେସାମରିକ ଯୋଗାଣ ଅଧିକାରୀ କେଦାରନାଥ ନାଏକ, ଉପ ଅଯୁକ୍ତ ଜି ଏସ ଟି ସୁଶୀଲ କୁମାର ମାରପାଚି ଯୋଗ ଦେଇ ନିଜ ନିଜ ବିଭାଗ ର ଯୋଜନା ବିଷୟରେ ଉଲ୍ଲେଖ କରିବା ସହ ଖାଉଟି ସଚେତନ ହେବାକୁ ଆହ୍ୱାନ ଦେଇଥିଲେ l କାର୍ଯ୍ୟକ୍ରମ କୁ ରେଆର ସହ ପ୍ରତିଷ୍ଠାତା ଅମ୍ବୁଜ ବିହାରୀ ଶତପଥି ସଂଯୋଜନା କରିଥିବାବେଳେ ସାଧାରଣ ସମ୍ପାଦକ ଅନଙ୍ଗ ନେଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଶେଷରେ ଅତିରିକ୍ତ ଯୋଗାଣ ଅଧିକରୀ ପ୍ରଭାତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ପରିପ୍ରେକ୍ଷୀରେ ପ୍ରଜ୍ଞ୍ୟା ଭାରତୀ ଆବାସିକ ବିଦ୍ୟାଳୟ ରେ ଆୟୋଜିତ ହୋଇଥିବା ବିତର୍କ ପ୍ରତିଯୋଗିତା ରେ ପ୍ରଥମ ଆଦ୍ୟାଶ୍ରୀ ପାଣିଗ୍ରାହୀ, ଦ୍ଵିତୀୟ ଶ୍ରୀଶ୍ଵାମିନି ଝାଙ୍କର, ତୃତୀୟ ସୋନାଲି ବିଶ୍ୱାଳ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ରେ ପ୍ରଥମ ଜିଜ୍ଞlସା ପ୍ରଧାନ, ଦ୍ଵିତୀୟ ଯୁଗ୍ମ ଭାବେ ରେ ଆୟୁଷ୍ମତୀ ପ୍ରଧାନ, ସୌମ୍ୟଶ୍ରୀ ଠେଲା ତୃତୀୟ ରେ ପାୟଲ ପଣ୍ଡା ଙ୍କୁ ପୁରସ୍କୃତ କରାଯାଇଥିଲା l ଏହା ସହ ଖାଉଟି ସଚେତନତା ପୁସ୍ତକ କୁ ଅତିଥି ମାନେ ଉନ୍ନମୋଚନ କରିଥିଲେ l ଏଥିରେ ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟ, ପ୍ରାଜ୍ଞ ଭାରତୀ ଆବାସିକ ବିଦ୍ୟାଳୟ, ମହାନଦୀ ଧାରା, ର ଛାତ୍ର ଛାତ୍ରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସାଂଗଠନ ର କର୍ମକର୍ତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ଗଣ ମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ରେଆର ର କର୍ମକର୍ତ୍ତା ସହଯୋଗ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *