November 4, 2026
Home » ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

0
WhatsApp Image 2026-11-03 at 10.11.56 AM (1)

 

୧୮୦ଟି ଅଭିଯୋଗ ପଞ୍ଜିକୃତ, ୪୮ଟିର ତୁରନ୍ତ ସମାଧାନ

କେନ୍ଦୁଝର, : କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଦରବାର ହଲ୍‌ଠାରେ ସୋମବାର ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଆୟୋଜିତ ଏହି ଶିବିରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ନିଜ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ସମ୍ପର୍କରେ ଅଭିଯୋଗ ଉପସ୍ଥାପନ କରିଥିଲେ। ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ।ଆଜିର ଏହି ଶିବିରରେ ମୋଟ ୧୮୦ଟି ଅଭିଯୋଗ ପଞ୍ଜିକୃତ ହୋଇଥିବାବେଳେ ସେଥିମଧ୍ୟରୁ ୧୪୨ଟି ବ୍ୟକ୍ତିଗତ ଏବଂ ୩୮ଟି ସାମୂହିକ ଅଭିଯୋଗ ରହିଥିଲା। ଏଥିସହ ରେଡକ୍ରସ ପାଣ୍ଠିରୁ ସହାୟତା ପାଇବା ନିମନ୍ତେ ୬ଟି ଆବେଦନ ମଧ୍ୟ ଗ୍ରହଣ କରାଯାଇଥିଲା। ପଞ୍ଜିକୃତ ଅଭିଯୋଗଗୁଡ଼ିକ ମଧ୍ୟରୁ ୪୮ଟିର ତୁରନ୍ତ ସମାଧାନ କରାଯାଇଥିବାବେଳେ ଅବଶିଷ୍ଟ ଅଭିଯୋଗଗୁଡ଼ିକର ଆଶୁ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ କୁହାଯାଇଥିଲା।

ଏହି ଶିବିରରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ହନୁମନ୍ତ ଧାମଧେରେ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ନୀତିନ କୁଶଳକର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ମନ୍ଦରଧର ମହାଳିକ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ, ସିଡିଏମ୍‌ଓ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ ଓ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ।ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଓ ସରକାରୀ ସେବାକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ବିଭିନ୍ନ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯିବ। ଏହି କ୍ରମରେ ନିମ୍ନଲିଖିତ ତାରିଖରେ ଶିବିର ଅନୁଷ୍ଠିତ ହେବ।

– ୯ ନଭେମ୍ବର ୨୦୨୬ (ସୋମବାର): ପଞ୍ଚାୟତ ସମିତି କାର୍ଯ୍ୟାଳୟ, ହାଟଡିହି।
– ୧୬ ନଭେମ୍ବର ୨୦୨୬ (ସୋମବାର): ପଞ୍ଚାୟତ ସମିତି କାର୍ଯ୍ୟାଳୟ, ବାଂଶପାଳ।
– ୨୩ ନଭେମ୍ବର ୨୦୨୬ (ସୋମବାର): ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଚମ୍ପୁଆ।
– ୩୦ ନଭେମ୍ବର ୨୦୨୬ (ସୋମବାର): ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଘଟଗାଁ।

ଜନସାଧାରଣ ନିଜ ନିଜ ଅଞ୍ଚଳରେ ଆୟୋଜିତ ହେବାକୁ ଥିବା ଏହି ଶିବିରଗୁଡ଼ିକରେ ଯୋଗଦେଇ ନିଜର ସମସ୍ୟା ଓ ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *