May 31, 2026
Home » ନିଟ୍-ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ:ଛାତ୍ରକଂଗ୍ରେସର ରାଜ୍ୟବ୍ୟାପୀ ଅନ୍ଦୋଳନ

ନିଟ୍-ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ:ଛାତ୍ରକଂଗ୍ରେସର ରାଜ୍ୟବ୍ୟାପୀ ଅନ୍ଦୋଳନ

0
WhatsApp Image 2026-05-30 at 10.28.15 PM

 

ନିଟ୍-ୟୁଜି ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ପରୀକ୍ଷା ବାତିଲକୁ ମାସେ ପୂରିବ। ଏହା ସତ୍ତ୍ବେ ଏମିତି ଗୋଟେ ଦିନ ନାହିଁ ଯୋଉଦିନ ବିଭିନ୍ନ ମହଲରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇନାହିଁ। ୨୨ ଲକ୍ଷରୁ ଅଧିକ ପିଲାଙ୍କ ଭବିଷ୍ୟତ ସହ ଖେଳିଲେ। ମନ୍ତ୍ରୀ ଇସ୍ତଫା ନ ଦେଇ ମୂଲ୍ୟହୀନ ସିବିଏସ୍‌ଇ ତଦନ୍ତ ନିର୍ଦ୍ଦେଶ ଦେଲେ। ଏହି ବିବାଦରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁକ୍ତ ହୋଇ ନ ଥିବା ବେଳେ ଏବେ ପୁଣି ସିବିଏସ୍‌ଇ ପରୀକ୍ଷାର ମୂଲ୍ୟାୟନକୁ ନେଇ ଅନିୟମିତତା ଜନିତ ବିବାଦ। ଏ ଦେଶର ଛାୟା ପ୍ରଧାନମନ୍ତ୍ରୀ ଶ୍ରୀ ରାହୁଲ ଗାନ୍ଧୀ ବହୁତ ଥର ଟ୍ବିଟ୍ କରିଛନ୍ତି, ଟିଭି ବୁମ୍ ଆଗରେ କହିଛନ୍ତି, ତଥ୍ୟପ୍ରମାଣ ଦେଇଛନ୍ତି… ତଥାପି ସରକାର କର୍ଣ୍ଣପାତ କରୁନାହାନ୍ତି। ଗାଲେଇବାରେ ବିଜେପି ଓସ୍ତାଦ। କିନ୍ତୁ ରାହୁଲଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ନ ଦେବାଯାଏ ଆନ୍ଦୋଳନ ଚାଲୁ ରହିବ। ବୋଲି ପିସିସି ପକ୍ଷରୁ କୁହାଯାଇଛି।

ଶନିବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ବିଧାୟକ ତଥା ପିସିସି ଉପସଭାପତି ତାରାପ୍ରସାଦ ବାହିନୀପତି କହିଥିଲେ, ଗତକାଲି ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ସ୍ପଷ୍ଟ କହିଲେଣି, ବ୍ୟକ୍ତିଙ୍କୁ ଉତ୍ତରଦାୟୀ କର, ବ୍ୟବସ୍ଥାକୁ ଦୋଷ ଦେଇ ଖସିଯାଇପାରିବ ନାହିଁ। ଏବେ ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ 18.5 ଲକ୍ଷ ପିଲାଙ୍କ ଜୀବନ ସହ ଖେଳ ଖେଳାଯାଇଛି। ଓଡ଼ିଶାକୁ ବାରମ୍ବାର ଲଜ୍ଜିତ କରୁଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ନିଟ୍-ୟୁଜି ପରୀକ୍ଷା ଘୋଟାଲା ବେଳର ମହାନିର୍ଦ୍ଦେଶକଙ୍କୁ କିପରି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦବି ପରି ଉପହାର ଦିଆଯାଇଥିଲା ତାହା ଶ୍ରୀ ବାହିନୀପତି ସ୍ମରଣ କରାଇ ଦେଇଥିଲେ। ସଙ୍ଗୀନ ତ୍ରୁଟିବଚ୍ୟୁତି ପାଇଁ ଦୋଷୀଙ୍କୁ ବିଜେପି ପୁରସ୍କୃତ କରିବା ସେମାନଙ୍କର ଏକ ପରମ୍ପରାରେ ପରିଣତ ହୋଇଛି ବୋଲି ସେ କହିଥିଲେ। ୨୦ ଜଣ ବିଜେପି ସାଂସଦଙ୍କୁ ଓଡ଼ିଶାବାସୀ ଲୋକସଭାକୁ ପଠାଇଥିବା ବେଳେ ଓଡ଼ିଶାର ସ୍ବାଭିମାନ ଓ ଅସ୍ମିତା ସହ ଖେଳିବା ଗ୍ରହଣୀୟ ନୁହେଁ।

ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଥିଲେ, ପ୍ରଧାନମନ୍ତ୍ରୀ କୌଣସି ନିର୍ଦ୍ଦିଷ୍ଟା ଓଡ଼ିଆଙ୍କୁ ସୁରକ୍ଷା ଦେବା ବଦଳରେ ସମଗ୍ର ଓଡ଼ିଶାବାସୀଙ୍କର ମଙ୍ଗଳ ପ୍ରତି ଧ୍ୟାନ ଦିଅନ୍ତୁ। ମହାନଦୀ, ବଂଶଧାରା, ପୋଲାଭରମ, କୋଟିଆ, ପଲାସା-ଇଚ୍ଛାପୂରମ ସେକ୍ସନ ଆଦି ପ୍ରସଙ୍ଗରେ ଓଡ଼ିଶାର ନ୍ୟାଯ୍ୟଦାବି ଗୁଡ଼ିକ ପ୍ରତି ନ୍ୟାୟପ୍ରଦାନ କରାଗଲେ ରାଜ୍ୟବାସୀ ଉପକୃତ ହୁଅନ୍ତେ। ରାହୁଲ ଗାନ୍ଧିଙ୍କ ପ୍ରଶ୍ନଗୁଡ଼ିକୁ ସେ ଏହି ସନ୍ଦର୍ଭରେ ନିମ୍ନମତେ ଉପସ୍ଥାପନ କରିଥିଲେ:-କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତିନିଥର “ଅନ୍-ସ୍କ୍ରିନ୍ ମାର୍କିଂ” ଟେଣ୍ଡର ଆହ୍ୱାନ କରିଥିଲା। ପ୍ରଥମଥର କୌଣସି ବିଡ୍ ଆସି ନ ଥିଲା। ଦ୍ୱିତୀୟଥର କୌଣସି ଯୋଗ୍ୟ ବିଡର୍ ମିଳିନଥିଲେ। ଶେଷରେ, ପ୍ରାଯୁକ୍ତିକ ମାନଦଣ୍ଡକୁ ଏତେ ହ୍ରାସ କରାଗଲା ଯେ “କୋଏମ୍ପ୍ଟ” ତାହାକୁ ପାର କରିପାରିଲା।  ସ୍କାନିଂ ରେଜୋଲୁସନ୍ କମାଯାଇଲା। ରୋବୋଟିକ୍ ସ୍କାନରର ଆବଶ୍ୟକତାକୁ ହଟାଯାଇଲା। “କ୍ୟାପାବିଲିଟି ମ୍ୟାଚୁରିଟି ମଡେଲ୍ ଇଣ୍ଟିଗ୍ରେସନ୍” ପ୍ରମାଣପତ୍ରକୁ ଲେଭେଲ୍ ୫ରୁ ଲେଭେଲ୍ ୩କୁ କମାଯାଇଲା। ଉତ୍ତରଖାତାର ତ୍ରୁଟି ପାଇଁ ଥିବା ଜରିମାନାକୁ ହଟାଯାଇଥିଲା।ଭାରତର ସବୁଠାରୁ ବଡ଼ ସୂଚନା ପ୍ରଯୁକ୍ତି ସେବା କମ୍ପାନୀ “ଟାଟା କନସଲଟାନ୍ସି ସର୍ଭିସେସ୍” ମଧ୍ୟ ତୃତୀୟ ପର୍ଯ୍ୟାୟରେ ଯୋଗ୍ୟ ହୋଇଥିଲା। କିନ୍ତୁ “ଟାଟା କନସଲଟାନ୍ସି ସର୍ଭିସେସ୍” ହାରିଗଲା ଏବଂ ଅସଫଳତାର ଏକ ଚମତ୍କାର ଇତିହାସ ଥିବା “କୋଏମ୍ପ୍ଟ” ଜିତିଗଲା।

ଆଜି ସିବିଏସ୍‌ଇ(କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ)ର ଛାତ୍ରଛାତ୍ରୀମାନେ କଣ ଅଭିଯୋଗ କରୁଛନ୍ତି?

* ଖରାପ ଭାବେ ସ୍କାନ୍ ହୋଇଥିବା ଉତ୍ତରଖାତା।

* ହଜିଯାଇଥିବା ପୃଷ୍ଠା।

* ଭାଙ୍ଗିପଡ଼ିଥିବା ମୂଲ୍ୟାୟନ ପୋର୍ଟାଲ୍।

ଶିକ୍ଷକମାନେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡକୁ ସତର୍କ କରିଥିଲେ ଯେ ଅନ୍-ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥାକୁ ସାରା ଦେଶରେ ଲାଗୁ କରିବା ପୂର୍ବରୁ ଅତି କମରେ ଗୋଟିଏ କିମ୍ବା ଦୁଇ ବର୍ଷ ଅଧିକ ପ୍ରସ୍ତୁତି ଆବଶ୍ୟକ। ତଥାପି ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ଲାଗୁ କରାଗଲା।

‘କୋଏମ୍ପ୍ଟ’କୁ ଜିତାଇବାକୁ କିଏ ଚାହୁଁଥିଲା? ମାନଦଣ୍ଡକୁ କିଏ କମାଇଲା, ଯାହାଦ୍ବାରା କି ଏହି କମ୍ପାନୀ ତାହାକୁ ପାର କରିପାରିଲା?

ପ୍ରଧାନଜୀ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହୁଛନ୍ତି “ସମସ୍ତ ପ୍ରକ୍ରିୟା ଅନୁସରଣ କରାଯାଇଥିଲା।” ଏହା କୌଣସି ଉତ୍ତର ନୁହେଁ, ଏହା କୌଣସି ଉତ୍ତରଦାୟିତ୍ବ ନୁହେଁ। ପ୍ରଶ୍ନ ହେଉଛି — ସର୍ବୋତ୍ତମ କମ୍ପାନୀକୁ ସତ୍ୟନିଷ୍ଠାର ସହିତ ଏହି ଚୁକ୍ତି ଦିଆଯାଇଥିଲା କି?

ଶ୍ରୀ ରାହୁଲ ଗାନ୍ଧି ଏକ ସ୍ୱାଧୀନ ନ୍ୟାୟିକ ତଦନ୍ତର ଦାବି କରିଆସୁଛନ୍ତି। କେବଳ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ନୁହେଁ, “କୋଏମ୍ପ୍ଟ”କୁ ଦିଆଯାଇଥିବା ପ୍ରତ୍ୟେକ ଚୁକ୍ତିର ତଦନ୍ତ ହେଉ।*

ଚୂଡ଼ାନ୍ତ “ପ୍ରସ୍ତାବ ଆହ୍ୱାନ ପତ୍ର” କେବଳ ଅଗଷ୍ଟ ୨୦୨୫ରେ ଜାରି କରାଯାଇଥିଲା, ଯାହା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର କେବଳ ଛଅ ମାସ ପୂର୍ବରୁ ଥିଲା। ଆମେ ପୂର୍ବରୁ ଜାଣୁଛୁ ଯେ, “ଅନ୍-ସ୍କ୍ରିନ୍ ମାର୍କିଂ” ବ୍ୟବସ୍ଥାକୁ ତତ୍‌କ୍ଷଣାତ୍ ଲାଗୁ କରିବା ପାଇଁ, ଅଞ୍ଚଳୀୟ କେନ୍ଦ୍ରରେ ପାଇଲଟ୍ ପରୀକ୍ଷା କରିବାକୁ ସିବିଏସ୍‌ଇ ଦେଇଥିବା ବିବେକପୂର୍ଣ୍ଣ ପରାମର୍ଶକୁ ଅଣଦେଖା କରାଯାଇଥିଲା।

ପିସିସି ଗବେଷଣା ବିଭାଗ ଅଧ୍ୟକ୍ଷ ଡ.ନଳିନୀ କହାନ୍ତି, ରାଧାକ୍ରିଷ୍ଣନ କମିଟିର ସୁପାରିଶ ପ୍ରତି କେନ୍ଦ୍ର କିପରି ଆଖି ବୁଜିଦେଇଚି ତାହା ବର୍ଣ୍ଣନା କରିଥିଲେ।

ପିସିସି ମୁଖପାତ୍ର ତଥା ଛାତ୍ରନେତା ବିଭୂତି ମହାପାତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଓ ସିବିଏସ୍‌ଇ ପରୀକ୍ଷା ମୂଲ୍ୟୟନରେ ଅନିୟମିତତାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ନ ହେଲେ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଛାତ୍ରକଂଗ୍ରେସ ଓ ଦଳର ଅନ୍ୟ ଛାମୁଆ ସଂଗଠନଗୁଡ଼ିକ ଦ୍ବାରା ବିକ୍ଷୋଭ, ଗଣଧାରଣା କରାଯିବା ସହ ଅନୁରୂପ ସାମ୍ବାଦିକ ସମ୍ମିଳନୀମାନ ହେବ ବୋଲି ସୂଚନା ଦେଇଥିଲେ।

 

Leave a Reply

Your email address will not be published. Required fields are marked *