May 30, 2026
Home » ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ( ଏସପି ) ଶୁଭେନ୍ଦୁ ପାତ୍ରଙ୍କ କାର୍ଯ୍ୟଭାର ଗ୍ରହଣ

ନୂତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ( ଏସପି ) ଶୁଭେନ୍ଦୁ ପାତ୍ରଙ୍କ କାର୍ଯ୍ୟଭାର ଗ୍ରହଣ

0
1001102405
 ।
ନୟାଗଡ : ନୟାଗଡ ଜିଲ୍ଲାରେ ନୂତନ ଆରକ୍ଷୀ ଅଧିକ୍ଷକ ଭାବେ ଆଇପିଏସ ଶୁଭେନ୍ଦୁ ପାତ୍ର, ପୂର୍ବତନ ଆରକ୍ଷୀ ଅଧିକ୍ଷକ ଆଇପିଏସ ଏସ ସୁଶ୍ରୀଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।ନୂତନ ଏସପି ଶ୍ରୀ ପାତ୍ରଙ୍କୁ ପୋଲିସ ବାହିନୀର ବିଧି ମୁତାବକ ଅଭିବାଦନ (ଗାର୍ଡ ଅଫ ଅନର) ଦିଆଯାଇ ସ୍ବାଗତ କରାଯାଇଥିଲା ।
ନୂତନ ଏସପି ଶ୍ରୀ ପାତ୍ରଙ୍କୁ ଅତିରିକ୍ତ ଏସପି ସୁବାଷ ଚନ୍ଦ୍ର ପଣ୍ଡା, ଡିଆଇବି ପଦସ୍ତ ଅଧିକାରୀ ଓ ବିଭିନ୍ନ ପୋଲିସ ବିଭାଗର ଅଧିକାରୀମାନେ ସ୍ବାଗତ ଜଣାଇଥିଲେ । ନୟାଗଡ ଜିଲ୍ଲାରେ ସଠିକ୍ ଆଇନ ଶୃଂଖଳା ରକ୍ଷା କରିବା, ଚୋରୀ, ଡକାୟତିରେ ଲିପ୍ତ, ଗୁଣ୍ଡା ହୁଣ୍ଡା ଓ ଖୁନି ମାନଙ୍କୁ ସାବାଡ କରି ନୟାଗଡରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ନୟାଗଡ ଜିଲ୍ଲାବାସୀ ନୂତନ ଏସପିଙ୍କ ଉପରେ ଭରସା ରଖିଛନ୍ତି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *