September 18, 2026
Home » ବରଗଡ଼ ଜିଲ୍ଲାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ବ୍ୟାପକ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

ବରଗଡ଼ ଜିଲ୍ଲାରେ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ବ୍ୟାପକ ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ

0
WhatsApp Image 2026-09-18 at 11.15.17 AM

 

ବରଗଡ଼:ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ର ମାନ୍ୟବର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର, ମାନ୍ୟବର ସଦସ୍ୟା ଶ୍ରୀମତୀ କଳ୍ପନା ଲେଙ୍କା ଏବଂ ଶ୍ରୀମତୀ କସ୍ତୁରୀ ମିଶ୍ର ଦୁଇଦିନିଆ ବରଗଡ଼ ଜିଲ୍ଲା ଗସ୍ତ କରି ଶିଶୁ କଲ୍ୟାଣ, ସୁରକ୍ଷା ଓ ଅଧିକାର ସମ୍ପର୍କିତ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି।

ଆୟୋଗଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ଗୋବିନ୍ଦପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୂର୍ଯ୍ୟମୁଖୀ ସ୍ୱୟଂ ସହାୟକ ଗୋଷ୍ଠୀ (SHG), ବରଗଡ଼ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକେନ୍ଦ୍ର (MCH), ବରଗଡ଼ ଟାଉନ୍ ଥାନା, ଭଟଲି ଥାନା ଏବଂ ଜିଲ୍ଲାର ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନ (CCI) ପରିଦର୍ଶନ କରିଥିଲେ। ପରିଦର୍ଶନ କାଳରେ ବିଦ୍ୟାଳୟର ଶିକ୍ଷାଦାନ ଓ ପରିମଳ ବ୍ୟବସ୍ଥା, ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଟେକ୍‌-ହୋମ୍‌ ରାସନ୍‌ର ଗୁଣବତ୍ତା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା, ଥାନାଗୁଡ଼ିକରେ ଶିଶୁ-ଅନୁକୂଳ ପରିବେଶ ଏବଂ ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକର ରହିବା ଓ ପୁନର୍ବାସ ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରାଯାଇଥିଲା।

କ୍ଷେତ୍ର ପରିଦର୍ଶନ ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ସହିତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ ଶିଶୁ ଅଧିକାର ସୁରକ୍ଷା ଆଇନ୍‌ର କଠୋର କାର୍ଯ୍ୟକାରିତା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା ଏବଂ ତୃଣମୂଳ ସ୍ତରରେ ଶିଶୁ ବିକାଶ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ପାଇଁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ‘କମିଶନ୍ ଫର୍ ପ୍ରୋଟେକ୍ସନ୍ ଅଫ୍ ଚାଇଲ୍ଡ ରାଇଟ୍ସ ଆକ୍ଟ, ୨୦୦୫’ ର ଧାରା ୧୭ ଅଧୀନରେ ଗଠିତ ଏକ ବୈଧାନିକ ସଂସ୍ଥା, ଯାହା ରାଜ୍ୟରେ ଶିଶୁ ଅଧିକାରର ସୁରକ୍ଷା ଓ କଲ୍ୟାଣ ପାଇଁ କାର୍ଯ୍ୟ କରୁଛି।

ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ,

Leave a Reply

Your email address will not be published. Required fields are marked *