ବିପର୍ଯ୍ୟୟ ଦୁର୍ବିପାକର ମୁକାବିଲା ଉଦ୍ଦେଶ୍ୟରେ ଚାଲିଥିବା ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ତାଲିମ ଶିବିର ଉଦଯାପିତ
“ବିପର୍ଯ୍ୟୟ ସମୟରେ ମନୋସାମାଜିକ ଯତ୍ନକୁ ଗୁରୁତ୍ବ”
ନୟାଗଡ ୯.୧୦.୨୦୨୬ ( ଇପିଏ ) ନୟାଗଡ ବିପର୍ଯ୍ୟୟ ଦୁର୍ବିପାକ ପ୍ରବଣ ଅଂଚଳରେ ବନ୍ୟା, ବାତ୍ୟା, ଭୂମିକମ୍ପ, ଭୂସ୍ଖଳନ, ଅଗ୍ନିକାଣ୍ଡ ଆଦି ଘଟଣା କେବଳ ଲୋକଙ୍କ ଜୀବନ ଜୀବିକା ଓ ସମ୍ପତିକୁ କ୍ଷତି କରେ ନାହିଁ ବରଂ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ, ଭାବନା, ସାମାଜିକ ସମ୍ପର୍କ ଓ ଜୀବନ ଯାପନ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଏ, ତେଣୁ ବିପର୍ଯ୍ୟୟ ପରିଚାଳନା ସମୟରେ ଶାରିରୀକ ଚିକିତ୍ସା ସହିତ ମନୋସାମାଜିକ ସହାୟତ ( ସାଇକୋ ସୋସିଆଲ କେୟାର ) ପ୍ରଦାନ ସହ ତୃଣମୂଳ ସ୍ତରରେ ସମୁଦାୟିକ ସ୍ଥିରତାକୁ ସୁଦୃଢ କରିବା ଉଦେଶ୍ୟରେ ତିନିଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷକ ତାଲିମ କାର୍ଯ୍ୟକ୍ରମ ତା ୭. ୧୦.୨୦୨୬ ରିଖରେ ଜିଲ୍ଲା ପରିଷଦସ୍ଥିତ ଡିପିଆରସି ପ୍ରଶିକ୍ଷଣ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସଙ୍କ ଅଧ୍ୟକ୍ଷତାରେ ଓ ଜିଲ୍ଲା ଜରୁରୀକାଳିନ ଅଧ୍ବକାରୀ ତପତି ରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ତା ୦୯.୧୦.୨୦୨୬ ରିଖରେ ଉଦ୍ଯାପିତ ହୋଇଯାଇଛି ।
ବିପର୍ଯ୍ୟୟ ଯୋଗୁଁ ଲୋକମାନଙ୍କ ମଧ୍ୟରେ ଦେଖାଦେଉଥିବା ଭୟ, ଚିନ୍ତା, ଦୁଃଖ, ଭାବପ୍ରବଣ, ମାନସିକ ଚାପ, ନିରାଶା, ଆଘାତ ଜନିତ ଶାରିରୀକ ଓ ଆର୍ଥିକ କ୍ଷତି ଭଳି ବିଭିନ୍ନ ମାନସିକ ଆହ୍ବାନର ସମ୍ମୁଖୀନ ହେଉଥିବାରୁ ଏଭଳି ସହାୟତାର ଗୁରୁତ୍ଵ ଉପରେ ଉକ୍ତ ତାଲିମରେ ବିଶେଷ ଗୁରୁତ୍ଵ ଦିଆଯାଇଥିଲା । ଏହି ତାଲିମରେ ମାନସିକ ପ୍ରାଥମିକ ଚିକିତ୍ସା, ମାନସିକ-ସାମାଜିକ ଯତ୍ନ ମାନସିକ କଷ୍ଟର ପ୍ରାଥମିକ ଚିକିତ୍ସା, ମାନସିକ କଷ୍ଟର ପ୍ରାଥମିକ ଚିହ୍ନଟ ସହାୟକ ଯୋଗାଯୋଗ ଏବଂ ଆବଶ୍ୟକତା ଅନୁଯାୟୀ ରେଫରାଲ୍ ବ୍ୟବସ୍ଥା ଆଦି ବିଷୟରେ ଜିଲ୍ଲାର ୩୦ ଜଣଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା । ଏତଦ୍ ବ୍ୟତିତ ବିପର୍ଯ୍ୟୟ ସମୟରେ ଅନ୍ୟମାନଙ୍କୁ ସହାୟତା କରିବା ସହିତ ନିଜର ମାନସିକ ସୁସ୍ଥତା ଓ ଭାବନାତ୍ମକ ସନ୍ତୁଳନ ବଜାୟ ରଖିବା ଉପରେ ମଧ୍ୟ ପ୍ରଶିକ୍ଷାର୍ଥୀମାନଙ୍କୁ ସଚେତନ କରାଯାଇଥିଲା, ବିଭିନ୍ନ ପର୍ଯ୍ୟାୟକ୍ରମ ଅଧୂବେଶନରେ ପାରସ୍ପରିକ ଆଲୋଚନା, ବ୍ୟବହାରିକ ଅଭ୍ୟାସ, ମାମଲାଭିତିକ ଶିକ୍ଷା ଓ ଅଭିଜ୍ଞତା ବିନିମୟ ମାଧ୍ଯମରେ ବିପର୍ଯ୍ୟୟ ସମୟରେ ଲୋକ କୈନ୍ଦ୍ରିକ ଓ ସମ୍ବେଦନଶୀଳ ଆଭିମୁଖ୍ୟ ଅବଲମ୍ବନ ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା ।
ଏହି ତିନିଦିନିଆ ତାଲିମ୍ କାର୍ଯ୍ୟକ୍ରମକୁ ଜିଲ୍ଲାପ୍ରକଳ୍ପ ଅଧୁକାରୀ(ଓସଡାମା) ଶ୍ରୀମିତୀ ସଂଙ୍ଗୀତା ଦାସ ତାଲିମ୍ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ । ଜିଲ୍ଲାର ସିବିୟାନ୍ ପ୍ରଧାନ, (ଡିସିପିଓ) ମନସ୍ତତବିତ୍ ସସ୍ମିତା ଦାସ ଓ ସଖୀ ଓନ୍ ଷ୍ଟପ୍ ସଂଟରର ବିଭୁପ୍ରିୟା ବେହେରା ମାଷ୍ଟର ଟ୍ରେନର ଭାବରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପରିଶେଷରେ ଉଦ୍ଯାପନୀ ଅବସରରେ ପ୍ରଶିକ୍ଷଣ ସଫଳତାର ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଏହି ତାଲିମ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଜରୁରୀକାଳୀନ ବିଭାଗରର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
