June 3, 2026
Home » ବିରାଟ କୋହଲିଙ୍କୁ ବାଲୁକା ଶିଳ୍ପ ମାଧ୍ୟମରେ ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ବିରାଟ କୋହଲିଙ୍କୁ ବାଲୁକା ଶିଳ୍ପ ମାଧ୍ୟମରେ ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

0
WhatsApp Image 2026-06-03 at 12.46.26 PM

ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାର ବିଜେତା ସୁଦର୍ଶନ ପଟ୍ଟନାୟକ କ୍ରିକେଟ କିମ୍ବଦନ୍ତୀ *ବିରାଟ କୋହଲି*ଙ୍କ ଉଲ୍ଲେଖନୀୟ ଉପଲବ୍ଧି ଓ ଆଇପିଏଲ 2026ରେ ଚମତ୍କାର ପ୍ରଦର୍ଶନ ପାଇଁ ପୁରୀ ବେଳାଭୂମିରେ ଏକ ବାଲୁକା ଶିଳ୍ପ ନିର୍ମାଣ କରି ଅଭିନନ୍ଦନ ଜଣାଇଛନ୍ତି।ବାଲୁକା ଶିଳ୍ପରେ “We Love Virat” ବାର୍ତ୍ତା ଲେଖାଯାଇଥିଲା। ଏହା କୋହଲିଙ୍କ କ୍ରିକେଟ ପ୍ରତି ଅତୁଳନୀୟ ଅବଦାନ ଏବଂ ବିଶ୍ୱବ୍ୟାପୀ କୋଟି କୋଟି ପ୍ରଶଂସକଙ୍କ ସହ ତାଙ୍କ ଅଟୁଟ ସମ୍ପର୍କକୁ ସମ୍ମାନ ଜଣାଇଛି। ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ ଏହି ଶିଳ୍ପ ପର୍ଯ୍ୟଟକ ଓ କ୍ରିକେଟ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।ସୁଦର୍ଶନ ପଟ୍ଟନାୟକଙ୍କ ପ୍କହିଛନ୍ତି,ବିରାଟ କୋହଲିଙ୍କ ନିଷ୍ଠା, ଆବେଗ ଓ କ୍ରିକେଟ ପ୍ରତି ସମର୍ପଣ ଅତୁଳନୀୟ। ତାଙ୍କ ସଫଳତା ଯୁବ କ୍ରିକେଟର ଓ କ୍ରୀଡା ପ୍ରେମୀଙ୍କୁ ସର୍ବଦା ପ୍ରେରଣା ଦେଇଆସିଛି।”_ ଏହି ବାଲୁକା ଶିଳ୍ପ କ୍ରିକେଟ ଜଗତର ସବୁଠାରୁ ପ୍ରଶଂସିତ ବ୍ୟକ୍ତିତ୍ୱଙ୍କ ପ୍ରତି କୃତଜ୍ଞତାର ପ୍ରତୀକ ହୋଇ ରହିବ ଏବଂ ପିଢ଼ି ପିଢ଼ି ଧରି ପ୍ରଶଂସକଙ୍କ ଭଲପାଇବାକୁ ପ୍ରତିଫଳିତ କରୁଛି।

Leave a Reply

Your email address will not be published. Required fields are marked *