April 23, 2026
Home » ବିଶ୍ୱ ପୃଥିବୀ ଦିବସ ଅବସରରେ ମଞ୍ଜି ସଂଗ୍ରହ

ବିଶ୍ୱ ପୃଥିବୀ ଦିବସ ଅବସରରେ ମଞ୍ଜି ସଂଗ୍ରହ

0
WhatsApp Image 2026-04-22 at 5.10.55 PM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ ଅନ୍ତର୍ଗତ ଅର୍ଜୁନପୁର ରିଜର୍ଭ ଜଙ୍ଗଲ ରୁ ବିଭିନ୍ନ ପ୍ରକାରର ଗଛର ମଞ୍ଜି ସଂଗ୍ରହ କରିଛନ୍ତି ପ୍ରକୃତି ପ୍ରେମୀ ଶିକ୍ଷକ ବିକ୍ରମ କୁମାର ନନ୍ଦ। ବୃକ୍ଷରୋପଣର ଆବଶ୍ୟକତାକୁ ଉପଲବ୍ଧି କରି ଏବଂ ପୃଥିବୀ କୁ ସବୁଜ ସୁନ୍ଦର କରିବା ପାଇଁ ବିଶ୍ୱ ପୃଥିବୀ ଦିବସ ଅବସରରେ ବାହାଡ଼ା,କେନ୍ଦୁ, ତେନ୍ତୁଳି,ଚାର, ହରିଡ଼ା ଆଦି ମଞ୍ଜି ସଂଗ୍ରହ କରାଯାଇଛି ।ଏହା ସହିତ ଅନ୍ୟମାନଙ୍କୁ ମଧ୍ୟ ମଞ୍ଜି ସଂଗ୍ରହ କରିବା ପାଇଁ ଆହ୍ୱାନ କରିଛନ୍ତି। ଉକ୍ତ ମଞ୍ଜି ସଂଗ୍ରହ କାର୍ଯ୍ୟକ୍ରମରେ କୁଲିପାଲି ଗ୍ରାମର ବିକାଶ ରଥ,ବ୍ୟାସ ଦେବ ନନ୍ଦ,ଜିତୁ ପଣ୍ଡା, ଧୃବ ଚରଣ ରଥ, ପ୍ରଶାନ୍ତ ପଧାନ,ସଚିତା ତରିଆ ପ୍ରମୁଖ ସାମିଲ ହୋଇ ପାଖାପାଖି ୨୦୦୦ ମଞ୍ଜି ସଙ୍ଗ୍ରହ କରାଯାଇଛି। ଆଗକୁ ମଞ୍ଜି ସଂଗ୍ରହ କାର୍ଯ୍ୟ ଜାରି ରଖିବା ସହ ସଂଗୃହିତ ମଞ୍ଜିରୁ ଚାରା ପ୍ରସ୍ତୁତ କରି ଚାରା ରୋପଣ ପାଇଁ ନିଷ୍ପତ୍ତି ନେଇଛନ୍ତି।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *