ଭଗବାନ ଧନ୍ବନ୍ତରୀ ପୂଜା ଅନୁଷ୍ଠିତ
ପୁରୀ : ଆୟୁର୍ବେଦ ର ସ୍ରଷ୍ଟା ଭଗବାନ ଧନ୍ବନ୍ତରୀ ଙ୍କ ପବିତ୍ର ଜୟନ୍ତୀ।ଓଡିଶା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ଏହି ଜୟନ୍ତୀ ଆଜି ମୋଚି ସାହି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା।ମୋଚି ସାହି କଲ୍ୟାଣ ମଣ୍ଡପ ଠାରେ ଓଡ଼ିଶା ଆୟୁର୍ବେଦ ବିକାଶ ପରିଷଦ ପକ୍ଷରୁ ଏକ ଆୟୁର୍ବେଦ ଚିକିତ୍ସା ଶିବିର ହବିଷ୍ୟାଳୀ ମାଆ ମାନଙ୍କ ସ୍ବାସ୍ଥ୍ୟ ସେବା ପାଇଁ ଖୋଲାଯାଇଛି।ଦୈନିକ ଅସୁସ୍ଥ ବା ସ୍ବାସ୍ଥ୍ୟ ସମସ୍ୟା ହେଉଥିବା ହବିଷ୍ୟାଳୀ ମାଆ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ଔଷଧ ମଧ୍ୟ ମାଗଣାରେ ପ୍ରଦାନ କରାଯାଉଛି।ଆଜି ଭଗବାନ ଧନ୍ବନ୍ତରୀ ଙ୍କ ପୂଜା ସହ ସମସ୍ତ ଙ୍କ ଉନ୍ନତ ସ୍ବାସ୍ଥ୍ୟ,ଶାନ୍ତି ଓ ସମୃଦ୍ଧି କାମନା କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପରିଷଦର ସାଧାରଣ ସମ୍ପାଦକ ପ୍ରଫେସର ଡା କୈଳାସ ଭୂଷଣ ମହାପାତ୍ର, ବରିଷ୍ଠ ସଦସ୍ୟ ପ୍ରଫେସର ଡା ନାରାୟଣ ମହାନ୍ତି ଡା ଇନ୍ଦିରା ନରେନ୍ଦ୍ର, ଡା ଅଲିଭା ମହାନ୍ତି, ଅନୁପମା ମହାପାତ୍ର, ସ୍ବେଚ୍ଛାସେବୀ ଲକ୍ଷ୍ମୀପ୍ରିୟା ଦେ,ପ୍ରିୟଦର୍ଶିନୀ ମହାପାତ୍ର, ଲିପିକା ମିଶ୍ର, ଗାୟତ୍ରୀ ଜେନା ପ୍ରମୁଖ ଉପସ୍ଥିତ ରହି ଭଗବାନ ଧନ୍ବନ୍ତରୀ ଙ୍କ ଉଦ୍ଦେଶ୍ୟ ରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ।
