January 1, 2026
Home » ଭୀମେଶ୍ଵରମନ୍ଦିର ପାର୍କରେ ନୂତନ ବର୍ଷ ୨୦୨୬ ବଂଧୁମିଳନ ଉତ୍ସଵ

ଭୀମେଶ୍ଵରମନ୍ଦିର ପାର୍କରେ ନୂତନ ବର୍ଷ ୨୦୨୬ ବଂଧୁମିଳନ ଉତ୍ସଵ

0
WhatsApp Image 2026-01-01 at 12.30.38 PM

ଆଜି ତା୦୧/୦୧/୨୦୨୬ରିଖ ଗୁରୁବାର ପୂର୍ବାହ୍ନ ୮ ଘଟିକା ସମୟରେ ନୂତନ ବର୍ଷ ୨୦୨୬ ବନ୍ଧୁ ମିଳନ ଉତ୍ସବ ଭୀମେଶ୍ୱରମନ୍ଦିର ପାର୍କ ଭ୍ରମଣକାରୀ ସଂଘ ତରଫରୁ ପାର୍କ ପରିସର ମଧ୍ୟରେ ସଂଘର ଉପସଭାପତି ମଦନମୋହନ ଦାଶଙ୍କ ସଭାପତିତ୍ଵରେ ପାଳନ କରାଯାଇ ଥିଲା।ଆମନ୍ତ୍ରିତ ସମସ୍ତ ଅତିଥି ମାନଙ୍କୁ ପ୍ରଥମେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରା ଯାଇଥିଲା। ଏଥିରେ ପ୍ରଫେସର ଡଃ କମଳା ପ୍ରସାଦ ମହାପାତ୍ର, ମୁଖ୍ୟଅତିଥି, ପ୍ରାକ୍ତନ ବରିଷ୍ଠ ପ୍ରଶାସକ କୃଷ୍ଣଚ଼ନ୍ଦ୍ର ବଡ଼ୁ,କର୍ପୋରେଟର ଶିବନାରାୟଣ ରାୟ,ବିଶିଷ୍ଟ ସମାଜସେବୀ ନିରଞ୍ଜନ ମିଶ୍ର ସମ୍ମାନୀତ ଅତିଥି ଭାବେଯୋଗଦେଇ ଥିବା ସ୍ଥଳେ,ବରିଷ୍ଠ ଟେଲକମ୍ ଇଂଜିନିଅର ବଂଶୀଧର ପଣ୍ଡା ମୁଖ୍ୟ ବକ୍ତାଭାବେ ଗଣେଶ କୁମାର ପ୍ରଧାନ, ପ୍ରଫେସର ରାଜେନ୍ଦ୍ରନାରାୟଣ ନରେନ୍ଦ୍ର ସିଂ ବର୍ମା, ସମ୍ମାନୀତ ବକ୍ତା ଏବଂ ବିଶେଷ ସମାନୀତ ଅତିଥି ଭାବରେ ବିଷ୍ଣୁ ଚରଣ ପ୍ରଧାନ, ଶଙ୍କର ସାହୁ ମହୋଦୟ ଯୋଗଦାନ ପ୍ରଦାନ କରିଥିଲେ।

ସଭାପତିଙ୍କ ସମେତ ଆମନ୍ତ୍ରୀତ ଅତିଥିଏବଂ ବକ୍ତାମାନେ ନୂତନ ବର୍ଷରେ ନୂତନ ଦିଗ୍ ଦର୍ଶନ ଓ ନୂତନ ଚିନ୍ତାଧାରା ସମ୍ପର୍କରେ ସାର ଗର୍ଭକ ଅଭିଭାଷଣ ପ୍ରଦାନ ପୂର୍ବକ ସମବେତଜନତାଙ୍କୁ ଉଦ୍ ବୋଧନ ପ୍ରଦାନ କରିଥିଲେ।ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିକ୍ଷାବିତ୍‌ ଶଙ୍କର ମହାପାତ୍ର ସମସ୍ତଙ୍କର ପରିଚୟ ପ୍ରଦାନ କରିଥିଲେ।ସଂଘର ସାଧାରଣ ସଂପାଦକ କାମଦେବ ରଣସିଂହ ସ୍ଵାଗତ ଭାଷଣ ପ୍ରଦାନ କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ମିଷ୍ଟାର୍ଣ୍ଣବଣ୍ଟନ କରାଯାଇଥିଲା ଅନ୍ୟମାନଙ୍କ ମଧ୍ଯରେ ରୋଟାରୀ ଆନ ସୁଧାଂଶୁ ଶେଖରହରିଚ଼ନ୍ଦନ,କଳ୍ପତରୁସାମନ୍ତରା, ବିଶ୍ଵନାଥ ବେହେରା, ତିଳୋତ୍ତମା ମହାନ୍ତି, ମଂଜୁଶ୍ରୀ ଦାସ, ସୁନିତା ପଟ୍ଟନାୟକ, ନିବେଦୀତା ଜେନା 29208″ />,ମାମା ସାହୁ ମଂଜୁଶ୍ରୀ ମଲ୍ଲ, ଶୀତା°ଶୁଶେଖର ବାବୁ, ଲୋକନାଥ ମିଶ୍ର, କ୍ଷିରୋଦ ସାହୁ,ହ୍ର୍ତଦାନନ୍ଦ ଦାସ, ଗୌରହରି ପଣ୍ଡା, ନିରାକାର ଜେନା, ହୃଷିକେଶ ଶତପଥୀ,ଉପେନ୍ଦ୍ର ବେହେରା, ବାଇଧର ପାତ୍ର, ପ୍ରଫୁଲ ସାହୁ, ସୁରେନ୍ଦ୍ରନାଥ ମହାଳିକ, ପ୍ରଭାତ କୁମାରଶତପଥୀ ,ଶଶାଙ୍କ ମହାନ୍ତି, ବିନୋଦ ପରିଡା, ପ୍ରଶାନ୍ତ ମୁଦୁଲି, ନିଳମାଧବ ନନ୍ଦ, ବନବିହାରୀ ରଥ, ରାଜକିଶୋର ଦାସ ଅଜୟ କୁମାର ସାହୁ, ସୁବାସ ପାଢୀ,ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *