ମାୟାବର୍ହା ହାଇସ୍କୁଲରେ ବିଶ୍ଵ ରେଡକ୍ରସ ଦିବସ ପାଳିତ
ସୁବର୍ଣ୍ଣପୁର —-ସୁବର୍ଣ୍ଣପୁର ଜିଲ୍ଲା ଡୁ୍ଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ରେଡକ୍ରସ ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମଦିନ ଅବସରରେ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ସମସ୍ତ ଅତିଥି ସହ ଜୁନିଅର ମାନେ ପ୍ରଥମେ ହେନେରୀ ଡୁନାଣ୍ଟଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ବିଦ୍ୟାଳୟର ଆଲୁମିନି ତଥା ତାଳମୁଣ୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁନିଲ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ରେଡକ୍ରସ ସଂସ୍ଥା ର ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବରେ ଖେଳ ଶିକ୍ଷକ ଚିନ୍ମୟ ଦାସ ,ଶିକ୍ଷକ କିରଣ କୁମାର ପୁଟେଲ୍ ମଞ୍ଚାସିନ ହୋଇ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ।ଏହି ଅବସରରେ ଜୁନିଅର୍ ରେଡକ୍ରସ କାଉନସେଲର ରାଜୁ ମେହେର ସଭା ସଂଯୋଜନା କରିବା ସହ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ଡଲି ସାହୁ, ପାୟଲ ବିଶ୍ଵକର୍ମା ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଛାତ୍ରୀ ରୋଜି ମେହେର ଧନ୍ୟବାଦ ପ୍ରଦାନ କରିଥିବା ବେଳେ ବିଭୀଷଣ ଖମାରୀ,ସମୀର କଠlର, ସୂରଜ ଖମାରୀ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
