August 22, 2026
Home » ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ:କଂଗ୍ରେସ ମୁଖପାତ୍ର ଶ୍ରୀମତୀ ଜୟଶ୍ରୀ ପାତ୍ର

ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ:କଂଗ୍ରେସ ମୁଖପାତ୍ର ଶ୍ରୀମତୀ ଜୟଶ୍ରୀ ପାତ୍ର

0
WhatsApp Image 2026-05-03 at 7.39.11 PM

ପୁରୀ କଣାସ ରେ ଯେଉଁ ଅମାନବୀୟ ଘଟଣା ଘଟିଛି ତାହାକୁ ସ୍ପଷ୍ଟ ପ୍ରମାଣ କରୁଛି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି
ବିପର୍ଯ୍ୟସ୍ତ ହୋଇପଡ଼ିଛି ରାଜ୍ୟର ଆଇନ ପରିସ୍ଥିତି । ୨୧ ମାସ ସରକାରରେ ଅରାଜକତାର କଳା ଅଧ୍ୟାୟ ସୃଷ୍ଟି ହୋଇଛି। ପୁରୀରେ ବାଲି ମାଫିଆଙ୍କ ବେପାର କାହା ଛତ୍ର ଛାୟା ତଳେ ଚାଲିଛି ଓ କାହା ପକେଟ୍ କୁ ଯାଉଛି ପିସି କାରବାର ପ୍ରଶ୍ନ କରିଛନ୍ତି। ସୁନାର ଓଡ଼ିଶା ଚୁନା କରିଛ ଓଡ଼ିଶାରେ ସୋନାର୍ ବାଙ୍ଗଲା ଗାଥା ଗାନ କରୁଛ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ମୁଖପାତ୍ର ଶ୍ରୀମତୀ ଜୟଶ୍ରୀ ପାତ୍ର ପୋଲିସ ଓ ଜିଲ୍ଲା ପ୍ରସାଶନ ଶାସକ ଦଳ ପାଖରେ ବନ୍ଧା ପଡିବା ସହ ଗୃହ ବିଭାଗ ଅଚଳ ଅକାମୀ ଅବସ୍ଥା ରେ ବୋଲି ଭର୍ତ୍ସନା କରିବା ସହ। ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ସତ୍ୟବଦୀ ବିଧାୟକ ଓ ପୁରୀ ସାଂସଦ ନିଜ ଅଞ୍ଚଳ ରେ ଘର ବୁଡ଼ି ପାଣି ଆଣ୍ଟୁଏ ହେଲେ ଆଜି ଯାଏଁ ଚେତା ପଶିଲା ନାହିଁ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପୁରୀ ମାଟି ହୋଇଥିଲେ ମଧ୍ୟ ନିଜ ଅଞ୍ଚଳରେ ସାଧାରଣ ଜନତା ଅସୁରକ୍ଷିତ ବେଳେ ଉପମଖ୍ୟମନ୍ତ୍ରୀ ଅନ୍ଧ ମୁକ ବଧିର ପାଲଟିଯିବା ଅତି ଦୁର୍ଭାଗ୍ୟଜନକ।

ଜଗନ୍ନାଥ ଧାମରେ ସାଧାରଣ ଲୋକ ସୁରକ୍ଷିତ ନୁହନ୍ତି ଯେଉଁ ସ୍ଥାନ ରେ ପୋଲିସ ଓ ଜିଲ୍ଲା ପ୍ରଶାସନର କଡା କଡି ବ୍ୟବସ୍ଥା ରହିବା କଥା ସେ ସ୍ଥାନରେ ସବୁଠି ସବୁ ହୁଗୁଳା ପଡ଼ିଛି।ଆଉ କେତେ ଓଡ଼ିଶା ଲଜ୍ଜିତ ହେବ ପ୍ରଶ୍ନ କରିବା ସହ ଦୋଷୀଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହ ଅପରାଧ ରୋକିବା ପାଇଁ special task force ଗଠନ ସହ କଠୋର ଆଇନ ଆଣନ୍ତୁ ବୋଲି ଶ୍ରୀମତୀ ପାତ୍ର କହିଛନ୍ତି।

ମହିଳା କଂଗ୍ରେସ ମିଡ଼ିଆ ଅଧ୍ୟକ୍ଷ ଶ୍ରୀମତୀ ଜୟସ୍ମିତା ମହାନ୍ତି ମହିଳା ଅସୁରକ୍ଷିତ ସହ କିପରି ୨୧ ମାସରେ ରାଉରକେଲା ରେ ୨ ନାବାଳିକାଙ୍କୁ ଦୁଷ୍କର୍ମ, ଡେଙ୍କାନାଳ ଭାପୁର ରେ ମହିଳାଙ୍କୁ ଦୁଷ୍କର୍ମ ଏମିତି ତମାମ ଘଟଣା ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତର ବାସ୍ତବ ଚିତ୍ରକୁ ବଖାଣୁଛି କହି ନିନ୍ଦା କରିବା ସହ । ତୁରନ୍ତ ସରକାର କୁମ୍ଭକର୍ଣ୍ଣ ନିଦ୍ରା ରୁ ଉଠିନ୍ତୁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।