July 22, 2026
Home » ଲୋପ ପାଇବାକୁ ବସିଲେଣି ଲାଲ ଟୁକୁ ଟୁକୁ ସାଧବ ବୋହୂ ପୋକ

ଲୋପ ପାଇବାକୁ ବସିଲେଣି ଲାଲ ଟୁକୁ ଟୁକୁ ସାଧବ ବୋହୂ ପୋକ

0
WhatsApp Image 2026-07-22 at 2.05.52 PM

 

ସୁବର୍ଣ୍ଣପୁର —ସରିଛି ଗ୍ରୀଷ୍ମ ର ପ୍ରକୋପ । ଏବେ ବର୍ଷା ଋତୁ । ମୌସୁମୀ ଆଗମନ ରେ ପହିଲି ବର୍ଷା ରେ ଭିଜିଛି ଧରଣୀ ରାଣୀ ଆଉ ମାଟି ଓ ବର୍ଷା ପାଣି ର ମିଳନ ରେ ଜନ୍ମ ନେଇଛନ୍ତି ପ୍ରକୃତି ର ବିଚିତ୍ର ଜୀବ ଲାଲ ଟୁକୁଟୁକୁ ସାଧବ ବୋହୂ ।ବର୍ଷା ର ଆଗମନ ରେ ନାଲି ପାଟ ପିନ୍ଧି ସମସ୍ତଙ୍କ ମନମୋହଉଛି ସାଧବ ବୋହୂ । ସ୍ରଷ୍ଟା ଙ୍କ ସୁନ୍ଦରୀ କାରିଗରୀ ରେ ତିଆରି ଏଇ ଲାଲ ଟୁକୁଟୁକୁ ସାଧବ ବୋହୂ ବା ସାଧବ ବୋହୁ ପୋକ । ଆଷାଢ଼ ର ପହିଲି ବର୍ଷା ରୁ ଜନ୍ମ ନିଅନ୍ତି ଏହି ସାଧବ ବୋହୁ । ଏହି ଲାଲ ଜୀବ ଟିକୁ ଦେଖିଲେ ଲାଗେ ସତେ ଯେପରି ପ୍ରକୃତି ରାଣୀ ଲାଲ ଦୁଆତ ଢାଳିଛି ଏହି ସାଧବ ବୋହୁ ପୋକ ଉପରେ ।

ସେଇଥିପାଇଁ ତ ପିଲାଠୁ ବୟସ୍କ ସମସ୍ତେ ଏହାକୁ ଦେଖୁବା ଓ ଛୁଇଁବା କୁ ବେଶ ବ୍ୟାକୁଳ । ଅନେକେ ଏହି ସାଧବ ବୋହୂର ସୌନ୍ଦର୍ଯ୍ୟକୁ ଦେଖ୍ ନିଜ ପିଲାବେଳ କୁ ବେଶ ମନେ ପକାନ୍ତି । ଏବେ ଝିପି ଝିପି ବର୍ଷାରେ ଲାଲ ଚାଦର ଢାଙ୍କିହୋଇ କିମିଆଁ କରୁଛି ରୂପରାଇଜର ଲାଲ ରାଣୀ । ବିଶେଷ କରି ବର୍ଷା ରେ ପହିଲି ପରଷରେ ଭୂମିପୃଷ୍ଟର ଶୋଭାବର୍ଦ୍ଧନ କରୁଥିବା ଏଇ ସାଧବ ବୋହୂକୁ ଦେଖି ଅଧିକ ଆନନ୍ଦିତ ହୁଅନ୍ତି କୁନି ପିଲାମାନେ । ବେଶ ଭଲ ବର୍ଷା ହେବା ସହ ଚାଷ ଭଲ ହେବ ବୋଲି ଏମାନେ କୁଆଡେ ସଂକେତ ମଧ୍ୟ ଦେଇଥାନ୍ତି । ତେବେ ଏହି ଲାଲ ଟୁକୁଟୁକୁ ସାଧବ ବୋହୂ ର ସୌନ୍ଦର୍ଯ୍ୟ ଓ ଚାଲିକୁ ଦେଖ୍ ଲେଖକଙ୍କ କଲମ ରୁ ମଧ୍ୟ ଝରିପଡ଼େ ଅନେକ କବିତା । ହେଲେ ଦୁଃଖର ବିଷୟ ଏବେ ଲୋପ ପାଇବାକୁ ବସିଲେଣି ଏଇ ସାଧବ ବୋହୁ ପୋକ । ଆଗାମୀ ଦିନରେ ଏମାନେ ବୋଧେ ଆଧୁନିକତାର ଚାଦର ତଳେ ଚାପି ହୋଇ ଇତିହାସ ପାଲଟି ଯିବେ ଏକଥାକୁ ଏଡାଇ ଦିଅଯାଇନପାରେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *