ଆନନ୍ଦମାର୍ଗ ରିଲିଫ ଟିମ ତରଫରୁ ବୌଦ୍ଧ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଦହି ସର୍ବତ ବଣ୍ଟନ
ସୁବର୍ଣ୍ଣପୁର:ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆନନ୍ଦମାର୍ଗ ରିଲିଫ ଟିମ ତରଫରୁ ସମସ୍ତ ଅଫିସର ଓ ସାଧାରଣ ଜନତାଙ୍କୁ ଥଣ୍ଡା ଦହି ସର୍ବତ ବଣ୍ଟନ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ବୌଦ୍ଧ ପୌର ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ I ଏହି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବରିଷ୍ଟ ମାର୍ଗୀ ତଥା ସାମାଜିକକର୍ମୀ କେଦାରନାଥ ସାହୁଙ୍କ ନେତୃତ୍ୱରେ ରିଲିଫ ଟିମର ସକ୍ରିୟ ସଦସ୍ୟ ରାମଚନ୍ଦ୍ର ପ୍ରଧାନ,ଗିରିଶ ଚନ୍ଦ୍ର ବଘାର, ବୈଦ୍ୟରାଜ ହୃଷିକେଶ ଖେତୀ, ରସାନନ୍ଦ ହାତୀ,କୃତ୍ତିବାସ ପଲିଆ ପ୍ରମୁଖ ସହଯୋଗ କରିଥିଲେ l ଚଳିତ ଗ୍ରୀଷ୍ମ ଦିନରେ ପ୍ରତ୍ୟେକ ଅଭିଯୋଗ ଶୁଣାଣୀରେ ଦହି ସର୍ବତ ବଣ୍ଟନ କରିବା ପାଇଁ ସଂକଳ୍ପବଦ୍ଧ ବୋଲି ଆୟୋଜନ ମାନଙ୍କ ଠାରୁ ପ୍ରକାଶ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
