ଆସନ୍ତା ଡିସେମ୍ବର ୮ତାରିଖରୁ ପଦ୍ମପୁର ବ୍ଲକର ଅକ୍ଷରବ୍ରହ୍ମ ମନ୍ଦିରରୁ ଶୁଭାରମ୍ଭ ଚଇତି ୨୦୨୪ -ଜିଲ୍ଲାପାଳ
ରାୟଗଡ ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ଚଇତି -୨୦୨୪ ପାଳନ ନିମନ୍ତେ ପ୍ରସ୍ତୁତି ଜିଲ୍ଲାସଂସ୍କୃତି ପରିଷଦ ଅଧ୍ୟାକ୍ଷା ତଥା ଜିଲ୍ଲାପାଳ ରାୟଗଡ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ସ୍ଥାନୀୟ ବିଜୁ ପଟନାୟକ ଆଡିଟରିୟମ ନିଷ୍ପତ୍ତି ହୋଇଥିଲା । ଜିଲ୍ଲାସ୍ତରୀୟ ଚଇତି ଆସନ୍ତା ଡିସେମ୍ବର ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୬ତାରିଖରୁ ୩୦ତାରିଖ ଯାଏଁ ସ୍ଥାନୀୟ ଗୋବିନ୍ଦ ଚଦ୍ର ଉଚ୍ଚ ବିଦ୍ୟାଳୟରେ ୫ଦିନ ଧରି ଅନୁଷ୍ଠିତ ହେବ । ଏହା ପୂର୍ବରୁ ସ୍ଥାନୀୟ ପଦ୍ମପୁର ବ୍ଲକ ଅନ୍ତର୍ଗତ ମରିଚଗୁଡ ଅକ୍ଷର ବ୍ରହ୍ମ ମନ୍ଦିରରୁ ଆସନ୍ତା ଡିସେମ୍ବର ୮ତାରିଖରେ ଶୁଭାରମ୍ଭ ହେବ । ଏହାପରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବ୍ଲକସ୍ତରୀୟ ଚଇତି ଅନୁଷ୍ଠିତ ହେବ । ଚଇତିର ଉପଦେଷ୍ଠା ମଣ୍ଡଳୀ ବୈଠକର ନିଷ୍ପତି ପ୍ରକାରେ ବିଭିନ୍ନ ଉପସମିତି ମାନ ଗଠନ କରାଯାଇଛି । ପ୍ରତ୍ୟେକ ଉପାସମିତିର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ମାନେ ପୃଥକ ପୃଥକ ଭାବରେ ଆସନ୍ତା ୨୬ତାରିଖରୁ ୩୦ତାରିଖ ମଧ୍ୟରେ ବୈଠକ ଡାକି ସଦସ୍ୟତା ଗ୍ରହଣ କରିବେ ଏବଂ ଓ ବଜେଟ ପ୍ରସ୍ତୁତ କରିବେ । ବ୍ଲକ ସ୍ତରୀୟ ଉତ୍ସବ ପରେ ଉପଖଣ୍ଡ ସ୍ତରୀୟ ଲୋକାଉତ୍ସବ ଇଡ଼ିତାଲ ଚଇତି -୨୦୨୪ ଅନୁଷ୍ଠିତ ହେବ । ଏଥିନିମନ୍ତେ ଉପଜିଲ୍ଲାପାଳ ଗୁଣପୁରଙ୍କ ନେତୃତ୍ୱରେ କମିଟି ଗଠନ କରାଯିବ ବୋଲି ଜିଲ୍ଲାପାଳ ତଥା ଜିଲ୍ଲାସଂସ୍କୃତି ପରିଷଦର ଅଧ୍ୟକ୍ଷ ଜଣାଇଛନ୍ତି ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ