October 1, 2026
Home » କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ବାଲ୍ୟବିବାହ ସୂଚନା ଅଧିକାରୀଙ୍କୁ ଶିଶୁ ସୁରକ୍ଷା ତାଲିମ୍

କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ବାଲ୍ୟବିବାହ ସୂଚନା ଅଧିକାରୀଙ୍କୁ ଶିଶୁ ସୁରକ୍ଷା ତାଲିମ୍

0
WhatsApp Image 2026-09-29 at 6.53.21 PM

 

ପୁରୀ :ସ୍ଥାନୀୟ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ଐତିହ୍ୟ କକ୍ଷ ପରିସରରେ ପୁରୀ ଜିଲ୍ଲାର ସମସ୍ତ ୧୦୦ ଟି କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷା ତଥା ବାଲ୍ୟ ବିବାହ ସୂଚନା ଅଧିକାରୀଙ୍କୁ ନେଇ ଶିଶୁ ସୁରକ୍ଷା ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ , ଅଧ୍ୟକ୍ଷ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଚିତ୍ତ ରଞ୍ଜନ ଦ୍ବିବେଦୀ ପ୍ରମୁଖ ଯୋଗ ଦେଇ ହଷ୍ଟେଲ, ଅନୁଷ୍ଠାନରେ ଶିଶୁ ମାନଙ୍କ ଯତ୍ନ ସୁରକ୍ଷା, ସେମାନଙ୍କ ନିରାପତ୍ତାକୁ ନିଶ୍ଚିତ କରାଇବାକୁ କହିଥିଲେ। ସରକାରୀ ଵିଧି ବ୍ୟବସ୍ଥା ସହଯୋଗରେ ସମସ୍ତ ଶିଶୁଙ୍କ ଅଧିକାର ନିଶ୍ଚିତ କରାଇବା ସହିତ ବାଲ୍ୟ ବିବାହ, ଚାଲାଣ, ପଳାୟନ ଆଦି ଅସୁରକ୍ଷିତ ପରିବେଶ ବିଷୟରେ ସୂଚନା ପ୍ରଦାନ କରିବାକୁ ଆହ୍ୱାନ କରିଥିଲେ l ଏହା ଶିଶୁମାନଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହେବ। ଶିଶୁମାନଙ୍କ ସୁରକ୍ଷା ସମ୍ବନ୍ଧୀୟ ଆଇନ, ଯୋଜନା, ଅନୁଷ୍ଠାନରେ ନିରାପତ୍ତା, ସମନ୍ୱୟ, ବିଭିନ୍ନ ଅଂଶୀଦାରଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବିଷୟ ବିଶାରଦ ତଥା ୟୁନିସେଫ ପରାମର୍ଶଦାତା ଘାସିରାମ ପଣ୍ଡା ବୁଝାଇଥିଲେ । ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ମିଶନ ବାତ୍ସଲ୍ୟ ଯୋଜନା, ଗ୍ରୀନ ପ୍ୟାସେଜ, ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଯୁଗ୍ମ କାର୍ଯ୍ୟ ଯୋଜନା ଅନ୍ତର୍ଗତ ପ୍ରହରୀ କ୍ଲବ, ରାଜ୍ୟ ସରକାରଙ୍କ ଅନୁଷ୍ଠାନ ନିରୀକ୍ଷଣ ନିର୍ଦେଶନାମା ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ନେଇ ପ୍ରତ୍ୟେକ କନିଷ୍ଠ ବିଦ୍ୟାଳୟସ୍ତରରେ ପ୍ରହରୀ କ୍ଲବର କାର୍ଯ୍ୟନ୍ୱୟନ, ନିଶା ନିବାରଣ ପ୍ରଦର୍ଶନ ଫଳକ ସ୍ଥାପନ ଅସୁରକ୍ଷିତ ଶିଶୁ ସମ୍ବନ୍ଧରେ ସୂଚନା ପ୍ରଦାନ କରିବାର କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ଶାଖାର ସନ୍ତୋଷ କୁମାର ସାହୁ, ରୋଜାଲିନି ପାତ୍ର, କମଳା ମହାରଣା, ହରେକୃଷ୍ଣ ସାହୁ, ଅକ୍ଷୟ ଚୌଧୁରୀ, ସୁସ୍ମିତା ନନ୍ଦ, ପ୍ରିୟଙ୍କା ପ୍ରଧାନ, କୃଷ୍ଣଚନ୍ଦ୍ର ମିଶ୍ର ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *