କାଟେସାହି ମାଙ୍ଗାନିଜ୍ ଖଣି ଜନଶୁଣାଣିକୁ ପୁର୍ଣ ସମର୍ଥନ
ଯୋଡ଼ା – କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଲୋଇଡ଼ାପଦା ପଞ୍ଚାୟତ କାଟେସାହି ମାଙ୍ଗାନିଜ୍ ଖଣିର ମେସର୍ସ ଫେରୋ ଆଲଏଜ କର୍ପୋରେସନ୍ ଲିମିଟେଡ୍ ପାଇଁ ପରିବେଶ ସଂପର୍କିତ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କରଙ୍କ ଉପସ୍ଥିତିରେ ଆୟୋଜିତ ଜନ ଶୁଣାଣିରେ ୪୪ଜଣ କମ୍ପାନି ସପକ୍ଷରେ ମତ ରଖିଥିଲେ । ମୋଟ ୨୨୮ଟି ମତ ଆସିଥିଲା। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ କାଟେସାହି ମୌଜାର ଖାତା ନମ୍ବର ୬୪ (ରଖିତ), ଖାତା ନମ୍ବର ୬୬ ଅନ୍ତର୍ଗତ ପ୍ଲଟ ନମ୍ବର ୨୬୮/୫୧୬ ଏବଂ ୨୬୭ରେ ଏହି ଖଣି ରହିଛି। ୧୩.୬୭୪ ହେକ୍ଟର ପରିମିତ ଅଞ୍ଚଳ ବିଶିଷ୍ଟ ଏହି ମାଙ୍ଗାନିଜ୍ ଖଣିରୁ ବାର୍ଷିକ ୬୮.୨୮୯ ଟନ୍ ଖନନ କରିବା ସହ ବାର୍ଷିକ ୨୮.୧୧୯ ଟନ୍ ଆର୍ଓଏମ୍ ମାଙ୍ଗାନିଜ ଉତ୍ପାଦନ କରିବା ନିମନ୍ତେ ଏହି ଜନଶୁଣାଣି ଅନୁଷ୍ଠିତ ହୋଇଥିଲା । ଖଣି ପ୍ରଭାବିତ ଅଞ୍ଚଳରେ ଲୋକ ଙ୍କୁ କର୍ମ ନିଯୁକ୍ତି, ରାସ୍ତା, ପାନୀୟଜଳ, ଶିକ୍ଷା, ସ୍ବାସ୍ଥ୍ୟସେବା, ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ,ବୃକ୍ଷରୋପଣ, ସୁନାନଦୀର ସୁରକ୍ଷା, ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହାୟତା, ରାସ୍ତା ଓ ଗ୍ରାମ କୁ ଆଲୋକୀକରଣ ବ୍ୟବସ୍ଥା ସମ୍ପର୍କରେ ଲୋକ ମାନେ ଉପସ୍ଥିତ ଥିବା କମ୍ପାନୀ କତ୍ତୃପକ୍ଷ ଓ ସରକାରୀ ଅଧିକାରୀ କୁ ଅନୁରୋଧ କରିଥିଲେ ।ଜନଶୁଣାଣିରେ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା, ବଡ଼ବିଲ ତହସିଲଦାର ଡିଏସ୍ ଶୁଭଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ।
ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇ ପି ଏ ନିଉଜ ।