କିଶୋର ବାଳିକା ମାନଙ୍କ ଦକ୍ଷତା ବୃଦ୍ଧି ଓ ନେତୃତ୍ଵ ବିକାଶ ଉପରେ ତାଲିମ

ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ର ସମସ୍ତ ବ୍ଲକ ର କିଶୋରୀ ଝିଅ ମାନଙ୍କର ଜିଲ୍ଲାସ୍ତରୀୟ ଦକ୍ଷତା ବୃଦ୍ଧି ଏବଂ ନେତୃତ୍ୱ ବିକାଶ ଉପରେ ସୋନପୁର ବ୍ଲକ ମିଶନ ଶକ୍ତି ଭବନ ଠାରେ ଦୁଇ ଦିନିଆ କର୍ମଶାଳା ଶୁଭାରମ୍ଭ ହୋଇଯାଇଛି | ଏହି କର୍ମଶାଳା ରେ ବୀରମହାରାଜପୁର ବ୍ଲକ, ଡୁଙ୍ଗୁରିପାଲି ବ୍ଲକ ଏବଂ ବିନକା ବ୍ଲକ ର ମୋଟ ୫୦ ଜଣ ଝିଅ ଅଂଶଗ୍ରହଣ କରିଥିଲେ ଏବଂ ଆସନ୍ତା କାଲି ତା ୨୫/୦୪/୨୫ ରିଖ ଦିନ ସୋନପୁର, ଉଲୁଣ୍ଡା, ତରଭା ବ୍ଲକ ରୁ ମୋଟ ୫୦ ଜଣ ଝିଅ ଅଂଶଗ୍ରହଣ କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି l ଏହି କାର୍ଯ୍ୟକ୍ରମ କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଲିନା ପ୍ରଧାନ ଉଦଘାଟନ କରିଥିଲେ ଏବଂ କିଶୋରୀ ଝିଅ ମାନଙ୍କ ଉଜ୍ୱଳ ଭବିଷ୍ୟତ, ଦକ୍ଷତା ବୃଦ୍ଧି ଓ ଆତ୍ମନିର୍ଭରଶିଳ ହେବା ପାଇଁ ଉଦବୋଧନ ଦେଇଥିଲେ | ଏହି ତାଲିମ ଶିବିର ରେ ୩ ଜଣ ପରାମର୍ଶ ଦାତା ଶିକ୍ଷାଦାନ କରିଥିଲେ | ଜିଲ୍ଲା ନିଯୁକ୍ତି ଅଧିକାରୀ ସଞ୍ଜୁ କୁମାରୀ ସାହୂ ନିଯୁକ୍ତି ଉପରେ ଶିକ୍ଷା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ସଶକ୍ତି କରଣ ଓ ଜୀବନ କୌଶଳ ଉପରେ ଶିକ୍ଷା ଓ ପଲିଟେକନିକ୍ କଲେଜ୍ ଅଧ୍ୟକ୍ଷ ଝିଅ ମାନଙ୍କ ଶିକ୍ଷା ସହ ବୈଷୟିକ ତାଲିମ ଓ ଶିକ୍ଷାଦାନ କରିଥିଲେ l ଶେଷରେ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାସନ୍ତୀ ଭୋଇ ତାଲିମ କାର୍ଯ୍ୟ ର ସୁପରିଚାଳନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ |
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର