କୁଡୁମୀ ସମାଜଙ୍କ ହୀନମନ୍ଯତା ବିରୋଧରେ ମଶାଲ ଶୋଭାଯାତ୍ରା
କୁଡୁମୀ ସମାଜ ପୂର୍ବରୁ ଆଦିବାସୀ ଏସ ଟି ତାଲିକାରେ ଅନ୍ତଭୁକ୍ତ ଥିଲେ l କିନ୍ତୁ ସରକାରଙ୍କ ହୀନମନ୍ଯତା ଓ ଚକ୍ରାନ୍ତ ଫଳରେ ସେମାନଙ୍କୁ ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଠାରୁ ଆଦିବାସୀ ଏସ ଟି ତାଲିକା ବାଦ କରାଗଲା l ସେହିଦିନ ଠାରୁ ସେମାନେ ପୁନର୍ବାର ତାଲିକାଭୁକ୍ତ କରିବା ପାଇଁ ସଂଘର୍ଷ ଜାରିରଖିଛନ୍ତି l ଏହି ପରିପ୍ରେକ୍ଷୀରେ ଆଜି ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଅଳାଡୁବାଁ ମଠ ମନ୍ଦିର ଠାରୁ ବିରାଟ ମଶାଲ ଶୋଭାଯାତ୍ରା ବାହାରି ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ଯାଳୟ ପର୍ଯ୍ଯନ୍ତ ପହଞ୍ଚିଥିଲା l ଏହି ଯାତ୍ରା କାଳରେ କୁଡୁମୀ ସଂପ୍ରଦାୟର ଲୋକେ ସେମାନଙ୍କ ଦାବୀକୁ ଜାହିର କରିଥିଲେ l

ଏଥିରେ କୁଡୁମୀ ସମାଜ ର ପ୍ରତିଷ୍ଠାତା ରାଜ୍ଯ ସଭାପତି ଜୟମୁନି ମହାନ୍ତଙ୍କ ନେତୁତ୍ବରେ କୁଡୁମୀ ଛାତ୍ର ନେତା ସଭାପତି ବରୁଣ କୁମାର ମହାନ୍ତ, ମହିଳା ସେନା ସଭାନେତ୍ରୀ ସୁଜାତା ମହାନ୍ତ, ମହିଳା ସେନା ର ସୌଭାଗ୍ଯ ମହାନ୍ତ, ଅଷ୍ଟମୀ ମହାନ୍ତ, ଶାନ୍ତିଲତା ମହାନ୍ତ, ଗୌରୀ ମହାନ୍ତ, ସୁକୁମାରୀ ମହାନ୍ତ, କୁଡୁମୀ ଛାତ୍ର ସେନାର ଚିକୁ ମହାନ୍ତ, ସଞ୍ଜୟ ମହାନ୍ତ, ଭବାନୀ ମହାନ୍ତ, ଯୁବ ସେନା ର ସାଇରାମ ମହାନ୍ତ, ବିଶ୍ବନାଥ ମହାନ୍ତ, ମନଗୋବିନ୍ଦ ମହାନ୍ତ, ମନୋଜ ମହାନ୍ତଙ୍କ ସମେତ ବହୁ କୁଡୁମୀ ସେନାନୀ ସାମିଲ ହୋଇଥିଲେ l ସୂଚନାଯୋଗ୍ଯ, ଆସନ୍ତା ୫ ତାରିଖ ମଧୁବନ ପଡିଆ ଠାରୁ ଛଉ ପଡିଆ ପର୍ଯ୍ଯନ୍ତ ମଶାଲ ଶୋଭାଯାତ୍ରା ହେବା ସହ ୬ ତାରିଖ ମଧୁବନ ପଡିଆ ଠାରୁ ଜିଲ୍ଲାପାଳ କାର୍ଯ୍ଯାଳୟ ପର୍ଯ୍ଯନ୍ତ ଯାଇ କଳା ଦିବସ ପାଳନ କରିବେ ବୋଲି କୁଡୁମୀ ସଂପ୍ରଦାୟ ଜୋର ଦେଇ କହିଥିଲେ l
