ଖଲିଆପାଲି ରେ ଗ୍ରାମ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ବୈଠକ ଅନୁଷ୍ଠିତ
ସୁବର୍ଣ୍ଣପୁର –ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖଲିଆପାଲି ପଂଚାୟତ ସଭାଗୃହ ରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଭୁବନେଶ୍ୱର ଓ ରେଆର ସୋନପୁର ତରଫରୁ ଆଜି ଗ୍ରାମ ପଂଚାୟତ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି ସଭାପତି ତଥା ସରପଞ୍ଚ ରୁକ୍ମଣୀ ନାଏକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଏଥିରେ ବିପର୍ଯ୍ୟୟ ପରିଚାଳନା ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା l କାର୍ଯ୍ୟକ୍ରମ ରେ ପଂଚାୟତ ର ସମସ୍ତ ୱାର୍ଡ ସଭ୍ୟ, ପଂଚାୟତ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ସୁଦାମ ଗାଈ ଗରିଆ ସଭା ପରିଚାଳନା କରିଥିବାବେଳେ କୁଲୁ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ — ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
