May 15, 2025
Home » ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ

ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ

0
WhatsApp Image 2024-11-16 at 6.49.07 PM

ଗଣିଆ – ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ରୂପେ ପାଳନ କରାଯାଉଛି । ଏହି ଅବସରରେ ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘ ତରଫରୁ ସ୍ଥାନୀୟ ସାମନ୍ତରାୟ ମହାବିଦ୍ୟାଳୟ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ଅଖିଳ ବିହାରୀ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମନ୍ତରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ମଳୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଉପାଧ୍ୟକ୍ଷ ଉମାକାନ୍ତ ବେହେରା, ଆଞ୍ଚଳିକ ସାମ୍ବାଦିକ ସଂଘର ସମ୍ପାଦକ ବ୍ରଜବନ୍ଧୁ ଦେହୁରୀ, କାର୍ଯ୍ୟକାରୀ ସଭାପତି ଦେବୀ ପ୍ରସାଦ ଦାଶ, ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଧୁପପୁଷ୍ପ ଅର୍ପଣ ପରେ ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା ।


ମଞ୍ଚାସୀନ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦିବଙ୍ଗତ ସାମ୍ବାଦିକ ମାନଙ୍କ ଉଦ୍ୟଶରେ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସାମ୍ବାଦିକ ମାନଙ୍କ ସମସ୍ୟା ତଥା ନିଜର ଅନୁଭୂତି ସମ୍ପର୍କରେ କାର୍ଯ୍ୟକାରୀ ସଭାପତି ମତବ୍ୟକ୍ତ କରିଥିଲେ । ପ୍ରତି ମୂହୁର୍ତ୍ତରେ ଆଞ୍ଚଳିକ ସାମ୍ବାଦିକ ସଂଘ ଲୋକମାନଙ୍କ ସମସ୍ୟା ଉତଥାପନ କରୁଛି ଏବଂ ଆଗକୁ ଏହି ପଦକ୍ଷେପ ଜାରି ରହିବ ବୋଲି ସେ ବର୍ଣ୍ଣନା କରିଥିଲେ । ସାମ୍ବାଦିକ ମାନେ ସବୁବେଳେ ନିର୍ଭିକ ହେବା ସହିତ ସେବା ମନୋବୃତିକୁ ଆପଣେଇବାକୁ ମୁଖ୍ୟ ବକ୍ତା ମତ ଦେଇଥିଲେ । ଗଣିଆ ଆଞ୍ଚଳିକ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ନିର୍ଭିକତାର ସହିତ ଖବର ପରିବେଷଣ କରୁଥିବାରୁ ସମସ୍ତଙ୍କୁ ମୁଖ୍ୟ ଅତିଥି କୃତଜ୍ଞତା ଜ୍ଞାପନ କରିଥିଲେ । ଏକତା ହିଁ ସଂଘର ମୂଳ ଲକ୍ଷ ରହିବା ଆବଶ୍ୟକ ବୋଲି ସେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ପରିଶେଷରେ ସଂଘର ଉପସଭାପତି ସରୋଜ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଆଞ୍ଚଳିକ ସାମ୍ବାଦିକ ସଂଘର ସହ ସମ୍ପାଦକ ପ୍ରିୟବ୍ରତ ଷଡ଼ଙ୍ଗୀ,ସଦସ୍ୟ ଚିତ୍ତରଞ୍ଜନ ମିଶ୍ର, ମନୋରଞ୍ଜନ ମଲ୍ଲିକ, ଅଜିତ କୁମାର ଦାଶ, ଆଲୋକ କୁମାର ସାହୁ, ସଦାଶିବ ପାତ୍ର, ବ୍ରଜକିଶୋର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ମହାବିଦ୍ୟାଳୟର ପ୍ରାୟ ୨୦୦ରୁ ଅଧିକ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ବ୍ରଜ କିଶୋର ସାହୁ, ଗଣିଆ ନୟାଗଡ

Leave a Reply

Your email address will not be published. Required fields are marked *

You may have missed