ଗୁଣି ଗାରେଡି ସନ୍ଦେହରେ ସଂଘବଧ ଆକ୍ରମଣରେ ଜଣକ ମୃତ୍ୟୁ

ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଝୁମୁରୁଗୁଡ଼ା ହାଟପଦା ସାହିରେ ଗୁଣି ଗାରେଡି ସନ୍ଦେହରେ ଗ୍ରାମବାସୀ ସଂଘବଧ ଭାବେ ଭୈରବ ସାହୁ(୫୫) ନାମକ ଜଣକୁ ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ କରି ପିଟିପିଟି ହତ୍ୟା କରିଛନ୍ତି । ଉକ୍ର ଘଟଣାର ସୂଚନା ପାଇ ଥାନା ଆଇଆଇସି ସହ ପୋଲିସ ଟିମ ସହ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ଏବଂ ଡାକ୍ତର ସେଠାରେ ଭୈରବ ସାହୁଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ପୋଲିସ ଘଟଣାସ୍ଥଳରେ ପହଂଚିବା ପରେ ଉତ୍ୟକ୍ତ ଗ୍ରାମବାସୀ ପୋଲିସ ଉପରେ ପଥର ମାଡ କରିବା ଫଳରେ ଆଇଆଇସିଙ୍କ ମୁଣ୍ଡ ଫାଟି ତିନୋଟି ଷ୍ଟିଚ ପଡ଼ିଥିଲା ।
ମିଳିଥିବା ସୂଚନା ମୁତାବକ ରାୟଗଡ଼ା ଜିଲ୍ଲା ପଦ୍ମପୁର ସଦର ମହାକୁମା ହାଟପଦା ସାହିରେ କୌଣସି କାରଣ ବଶତଃ କିଛି ନା କିଛି ଲୋକଙ୍କ ଦେହ ଖରାପ ସହ ମୃତ୍ୟୁ ନେଇ ଗ୍ରାମବାସୀ ଗାଁର ଭୈରବ ସାହୁ ଜଣଙ୍କ ଉପରେ ସନ୍ଦେହ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ସୋମବାର ଦିନ ମଧ୍ୟରାତିରେ ଗ୍ରାମବାସୀ ମିଳିତ ଭାବେ ସାହୁଙ୍କୁ ଘରରୁ ଟାଣି ଆଣି ଠେଙ୍ଗାରେ ତିନୋଟି ସାହି ବୁଲାଇ ବୁଲାଇ ଆକ୍ରମଣ କରିବା ଫଳରେ ଡାକ୍ଟରଖାନାରେ ମୃତ୍ୟୁ ଘଟିଥିଲା । ଆକ୍ରମଣ ଘଟଣାର ଖବର ପାଇ ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ସ୍ତିତି ଅନୁଧ୍ୟାନ କରି ପଚରାଉଚୁରା କରିବା ସମୟରେ ଉତ୍ୟକ୍ତ ଲୋକଙ୍କ ଢେଲା ମାଡ଼ରେ ଥାନା ଅଧିକାରୀ ଧରଣୀଧରଙ୍କ ମୁଣ୍ଡ ଫାଟି ଥିବା ବେଳେ ଉତ୍ୟକ୍ତ ଲୋକେ ଏଥିସହ ପୋଲିସ ଗାଡିକୁ ଭଙ୍ଗାରୁଜା କରିଥିଲେ ।
ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବାବୁଲି ନାୟକ ଖବର ପାଇ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତିନି ପ୍ଲାଟୁନ ପୋଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ଭୈରବ ସାହୁକୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସାଧିନ ସମୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମଙ୍ଗଳବାର ଦିନ ପଦ୍ମପୁର ପୋଲିସ ସାଇଣ୍ଟିଫିକ ଟିମ ରକ୍ତ ଛିଟା ନମୁନା ସଂଗ୍ରହ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି । ଉକ୍ତ ଘଟଣାରେ ପଦ୍ମପୁର ସହରରେ ଚାପା ଉତ୍ତେଜନା ଦେଖା ଯାଇଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ତିନି ପ୍ଲାଟୁନ ପୋଲିସ ଫୋର୍ସ ଘଟଣା ସ୍ଥଳରେ ନିୟୋଜିତ ହୋଇଥିଲେ ।
ମୃତକଙ୍କ ଝିଅ କହିବା ଅନୁଯାୟୀ ଏକ ଅଜଣା ନମ୍ବରରୁ କଲ ଆସିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରାଯିବା ପରେ ସେହି ରାତିରେ ଗ୍ରାମବାସୀ ମିଳିତ ଭାବେ ମୃତକଙ୍କ ଘରକୁ ପହଞ୍ଚି ବିନା କାରଣ,ବିନା ପ୍ରମାଣରେ ହଠାତ୍ ମିଳିତ ଆକ୍ରମଣ କରିବା ସହ ଘର ଭାଙ୍ଗି ଦେଇଥିଲେ । ମୃତକଙ୍କ ଜ୍ବାଇଁ, ଓ ପୁଅ ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଲା । ଏଣୁ,ମୋ ବାପାଙ୍କୁ ବିନା ଦୋଷରେ ଯେପରି ମାରିଦିଆଯାଇଛି ସେହିପରି ଅଭିଯୁକ୍ତ ସମସ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଫାସିଦଣ୍ଡ ଦେଲେ ଆତ୍ମାକୁ ଶାନ୍ତି ମିଳିଵ ବୋଲି ଦାବି ରଖିଥିଲେ ମୃତକଙ୍କ ଝିଅ। । ଉକ୍ତ ଘଟଣାରେ ମିଳିତ ଭାବେ ମରଣାନ୍ତକ ଆକ୍ରମଣ ଯୋଗୁଁ ଜଣଙ୍କ ହତ୍ୟା ,ନାବାଳକଙ୍କ ସଂପୃକ୍ତି ଥିବା ଧାରା ସହ କାର୍ଯ୍ୟରତ ପୋଲିସକୁ ଆକ୍ରମଣ କରିବା ଘଟଣାକୁ ନେଇ ପୋଲିସ ଗ୍ରାମବାସୀଙ୍କ ବିରୁଧରେ ଏକ ମାମଲା ରୁଜୁ କରିଛି ।
ଉକ୍ତ ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହରେ ୩୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଅଟକ ରଖିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୨୧ ଜଣଙ୍କୁ ଗିରଫ କରିଛି ତନ୍ମଧ୍ୟରୁ ଘଟଣାରେ ସଂପୃକ୍ତ ସାତଜଣ ନାବାଳକ ଥିବା ଜଣାପଡିଛି । ଉକ୍ତ ଘଟଣାରେ ପୋଲିକକୁ ଆକ୍ରମଣ ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ୍ ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ