May 17, 2025
Home » ଜନ୍ମମାଟି ଖିଣ୍ଡା ଗ୍ରାମରେ ସୁରେନ୍ଦ୍ର ସାଏ ଜୟନ୍ତୀ

ଜନ୍ମମାଟି ଖିଣ୍ଡା ଗ୍ରାମରେ ସୁରେନ୍ଦ୍ର ସାଏ ଜୟନ୍ତୀ

0
deva-surendra

ମହାନ ସ୍ୱାଧିନତା ସଂଗ୍ରାମୀ ତଥା ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମମାଟି ଖିଣ୍ଡା ଠାରେ ଏହି ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ 217 ତମ ଜନ୍ମଜୟନ୍ତୀ ପାଳନ କରାଯାଇଥିଲା। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ, ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ସୁଦର୍ଶନ ହରିପାଲ, ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଖିଣ୍ଡା ଗ୍ରାମରେ ଥିବା ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା।ଏହାସହ ଖିଣ୍ଡା ଗ୍ରାମରେ ଏକ ସ୍ୱତନ୍ତ୍ର ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବା ପରେ ଏକ ସ୍ୱତନ୍ତ୍ର ଜୟନ୍ତୀ ସଭା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି ଯେ ଆଗାମୀ ଦିନରେ ଖିଣ୍ଡାକୁ ଆଦର୍ଶ ଗ୍ରାମ ପରିଣତ କରାଯିବା ସହ ଆଗାମୀ ବର୍ଷଠାରୁ 30 ଡିସେମ୍ବର ଠାରୁ 23 ଜାନୁଆରୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ଏହାସହ ଖିଣ୍ଡା ଗ୍ରାମକୁ ଏକ ସକଳ୍ପ ସ୍ଥଳି କରାଯିବା ସହ ଏଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ । ତେବେ କାର୍ଯ୍ୟକ୍ରମ ସ୍ଥଳରେ ବିଭିନ୍ନ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା।

ଦେବଗଡ ଇପିଏ ରୁ ଦେବାନନ୍ଦ ନାଏକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *