May 15, 2025
Home » ଜରୁରୀକାଳୀନ ବିଭାଗ କର୍ମଚାରୀଙ୍କ ଦ୍ଵାରା ନିଜ କାର୍ଯ୍ୟାଳୟର ପରିସର ସଫା କଲେ ସମସ୍ତ କର୍ମଚାରୀ

ଜରୁରୀକାଳୀନ ବିଭାଗ କର୍ମଚାରୀଙ୍କ ଦ୍ଵାରା ନିଜ କାର୍ଯ୍ୟାଳୟର ପରିସର ସଫା କଲେ ସମସ୍ତ କର୍ମଚାରୀ

0
WhatsApp Image 2024-09-23 at 5.56.00 PM

 

ଭାରତକୁ ସ୍ୱଚ୍ଛ ଏବଂ ସବୁଜ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ମହାତ୍ମା ଗାନ୍ଧୀଙ୍କ ୧୪୫ତମ ଜନ୍ମ ବାର୍ଷିକୀ ଅବସରରେ ଭାରତର ଜନସାଧାରଣଙ୍କୁ ସ୍ୱଚ୍ଛତା ଏବଂ ଜୀବନ ଶୈଳୀରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ଦେଶରେ ସ୍ୱଚ୍ଛତା ଅଭିଯାନ କାର୍ଯକ୍ରମ ମୋଦି ପ୍ରଣୟନ କରିଥିଲେ। ମୂଳ ଉଦ୍ଦେଶ୍ୟ ଥିଲା ନିଜ ଘର ପରିବେଶ ସ୍ୱଚ୍ଛତା ରଖି ଏକ ସୁସ୍ଥମୟ ଜୀବନ ଗଢ଼ିବା।

ଏହି ମହତ୍ ଉଦ୍ଦେଶ୍ୟ ନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ ପରିସରରେ ଥିବା ଜରୁରୀକାଳୀନ ବିଭାଗ କର୍ମଚାରୀଙ୍କ ଦ୍ଵାରା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟାଳୟର ପରିସର ସଫା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀ କାଳୀନ ବିଭାଗର ଡ଼େପୁଟି କଲେକ୍ଟର ଗିତାଞ୍ଜଳି ବେହେରା ସହଯୋଗ କ୍ରମେ ଜିଲ୍ଲା ଜରୁରୀ କାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଗଗନ କୁମାର ବିଷୋୟୀ,ମୋବିନା ସୁଲତାନା, ଅଜୟ କୁମାର ନାୟକ, ଅଭିନାଶ ପାତ୍ର, ରାମକୃଷ୍ଣ ପୁଜାରି, ନୀଳକଣ୍ଠ ମହାପାତ୍ର, ଏ ମିନା, ତ୍ରିପତି ବାଲାଜୀ ସାହୁ ଅ°ଶଗ୍ରହଣ କରିଥିଲେ ।

ରିପୋର୍ଟ:ନଵରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *

You may have missed