July 4, 2025
Home » ଜାତୀୟ ହସ୍ତ ତନ୍ତ ଦିବସ ପାଳିତ “ମୋ ଉତ୍ପାଦନ ମୋ ଗର୍ବ “ମୋ ହସ୍ତ ତନ୍ତ ମୋ ଗର୍ବ “

ଜାତୀୟ ହସ୍ତ ତନ୍ତ ଦିବସ ପାଳିତ “ମୋ ଉତ୍ପାଦନ ମୋ ଗର୍ବ “ମୋ ହସ୍ତ ତନ୍ତ ମୋ ଗର୍ବ “

0
WhatsApp Image 2024-08-07 at 5.58.07 PM

 

ଜାତୀୟ ହସ୍ତ ତନ୍ତ ଦିବସ ପାଳନ ଅବସରରେ ଆଜି ଓଡିଶା ସରକାରଙ୍କ ହସ୍ତ ତନ୍ତ, ବୟନାଶିଳ୍ପ ଓ ହସ୍ତ କଳା ବିଭାଗର ପ୍ରମୁଖ ଶାସନ ସଚିବଙ୍କ ନିର୍ଦେଶକୁ ଅନୁପାଳନ କରାଯାଇଛି । ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ସମେତ, ଅତିରକ୍ତ ଜିଲ୍ଲାପାଳ ଭାସ୍କର ରୋଇତ ଜିଲ୍ଲା ମୁଖ୍ୟ ବିକାଶ ଅଧିକାରୀ, ଶ୍ରୀ ନିହାର ରଞ୍ଜନ କହଁର,ଉପଜିଲ୍ଲାପାଳ ଗୁଣପୁର ସୁଶ୍ରୀ କିରଣଦୀପ କୌର ସାହାଟେ,ଉପଜିଲ୍ଲାପାଳ ରାୟଗଡା ଶ୍ରୀମତୀ ସଂଘମିତ୍ରା ଦେଵୀ,ଅନ୍ୟାନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀ, ବିଡ଼ିଓ, ତହସିଲଦାର ଓ କର୍ମଚାରୀ ମାନେ ଏହି ଦିବସରେ ହସ୍ତତନ୍ତ ବୁନା ବସ୍ତ୍ର ପରିଧାନ କରିଥିବା ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ଜିଲ୍ଲାର ଜନସାଧାରଣ ଓ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଏହି ବସ୍ତ୍ର ପିନ୍ଧି ଏହି ଦିବସରେ ଖୁସିରେ ହାତ ମିଳାଉଥିବା ଦେଖିବାକୁ ମିଳିଥିଲା । ପ୍ରତି ସପ୍ତାହର ଗୋଟିଏ ନିର୍ଦିଷ୍ଟ ଦିନରେ ଓଡ଼ିଶାର ବୁଣାକାର ମାନଙ୍କ ଦ୍ୱାରା ବୁଣାଯାଉଥିବା ବସ୍ତ୍ର ପରିଧାନ କରିବାକୁ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଅରବିନ୍ଦ ପାଢ଼ୀଙ୍କ ନିର୍ଦେଶ ଦେଇଛନ୍ତି । ଏହାଦ୍ୱାରା ସ୍ଥାନୀୟ ବୁଣାକାର ଜୀବନ ଜୀବିକା ବଂଚିବା ସହିତ କଳାକୁ ବଞ୍ଚାଇ ସବୁଦିନ ପାଇଁ ରହିବ ।

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *