April 30, 2026
Home » ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ

0
WhatsApp Image 2026-04-30 at 12.50.10 PM

 

ସୁବର୍ଣ୍ଣପୁର— ବୁଧବାର ଦିନ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ମିନି କନଫରେନ୍ସ ହଲ୍‌ରେ ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ରାଜେନ୍ଦ୍ର ମାଝୀ କରିଥିଲେ ଅଧ୍ୟକ୍ଷତା କରିଥିଲେ l ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ (RTO) ଶ୍ରୀ ପ୍ରିୟବ୍ରତ ମହାନ୍ତି ସଭାକୁ ସମ୍ବୋଧନ କରି ଜିଲ୍ଲାରେ ସଡକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସଭାରେ ସୁବର୍ଣ୍ଣପୁରର ବିଭିନ୍ନ ଛକ ଓ ପ୍ରମୁଖ ସ୍ଥାନରେ ଯାତାୟାତ ସଙ୍କେତ (ସାଇନେଜ୍‌) ସ୍ଥାପନ ଓ ସୁଧାର ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା।

ବିଶେଷତଃ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ଚାରିପାଖରେ ସାଇନେଜ୍‌ ସ୍ଥାପନର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା l ଯାହାଦ୍ୱାରା ଯାତାୟାତ ନିୟନ୍ତ୍ରଣ ଓ ପଥ ଚାରୀମାନଙ୍କର ସୁରକ୍ଷା ସୁନିଶ୍ଚିତ ହେବ। ଏହା ସହିତ ଚିକିତ୍ସାଳୟ ସାମ୍ନାରେ ଭାରି ଯାନବାହନ ପ୍ରବେଶ ନିଷେଧ ପାଇଁ ଆବଶ୍ୟକ ସଙ୍କେତ ପଟିକା ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।
ସଭାର ଶେଷରେ ସମସ୍ତ ବିଭାଗ ଓ ସମ୍ପୃକ୍ତ ପକ୍ଷମାନଙ୍କ ଦ୍ୱାରା ସଡକ ସୁରକ୍ଷା ମାନଦଣ୍ଡକୁ ଉନ୍ନତ କରିବା ପାଇଁ ସମନ୍ୱିତ ଓ ସକ୍ରିୟ ପଦକ୍ଷେପ ନେବାର ସଙ୍କଳ୍ପ ନିଆଯାଇଥିଲା।ଏହି ସଭାରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (CDM& PHO) ଉଷାରାଣୀ ଦାସ, ପୌରପାଳିକାର ପ୍ରତିନିଧି, PWD କର୍ମଚାରୀ, ଟ୍ରକ ଓ ବସ୍ ସଂଘର ସଦସ୍ୟମାନେ, ମୋଟର ଭେହିକଲ୍‌ ଇନ୍ସପେକ୍ଟର ଅଜିତ କୁମାର ନାଏକ (MVI) ଏବଂ ଜୁନିଅର ମୋଟର ଭେହିକଲ୍‌ ଇନ୍ସପେକ୍ଟର (JMVI) ଦେବବ୍ରତ ପାତ୍ରଙ୍କ ସହିତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *