ଟାଟା ଷ୍ଟିଲ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଯୋଡ଼ା – ଗୁଆଲି ପଞ୍ଚାୟତ ଅନ୍ତର୍ଗତ ଗନ୍ଧଲପଦା ଠାରେ ଖଣି ପରିବେଷ୍ଟିତ ଅଞ୍ଚଳ ଗୁଡିକରେ ସଡ଼କ ଦୁର୍ଘଟଣା କୁ ରୋକିବା ତଥା ଏହି ସମ୍ବନ୍ଧୀୟ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ, ଟାଟା ଷ୍ଟିଲ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିିତ ହୋଇ ଯାଇଛି I ଯୋଡା ଏବଂ ରୁଗୁଡ଼ି ଅଞ୍ଚଳର ଡ୍ରାଇଭର ମହାସଂଘର କର୍ମକର୍ତ୍ତା ମାନଙ୍କ ସହିତ ଆଖପାଖ ଅଞ୍ଚଳର ପ୍ରାୟ 50 ଜଣ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ I ଟାଟା ଷ୍ଟିଲ ସିକ୍ୟୁରିଟି ବିଭାଗ ର ପଦାଧିକାରୀ ଶ୍ରୀ ଆଦିତ୍ୟ ନାରାୟଣ ଠାକୁର ଏହି କାର୍ଯ୍ୟକ୍ରମ ରେ ସଡ଼କ ସୁରକ୍ଷା ନିୟମାବଳୀ ସହ ଏଗୁଡିକର ଅଭ୍ୟାସ ଏବଂ ବିଶେଷକରି ବର୍ଷା ରୁତୁ ରେ ଏଥିପ୍ରତି ବିଶେଷ ଧ୍ୟାନ ଦେବା ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ I ଗାଡ଼ିଚାଳକ ମାନଙ୍କ ବ୍ୟତୀତ, ପଥଚାରୀ ମାନେ କିପରି ଏଥିପ୍ରତି ସତର୍କତା ଅବଲମ୍ବନ କରିବେ ସେ ଉପରେ ମଧ୍ୟ ଟିପ୍ପଣୀ ପ୍ରଦାନ କରିଥିଲେ I ଗାଡ଼ି ଚଳାଇବା ସମୟରେ ହେଲମେଟ ବ୍ୟବହାର, ନିୟନ୍ତ୍ରିତ ବେଗ, ମୋବାଇଲ ଫୋନ ବ୍ୟବହାର ନ କରିବା, ଆବଶ୍ୟକତା ହିସାବରେ ହର୍ଣ୍ଣ ବଜାଇବା, ସାମନା ରେ ଥିବା ଗାଡି ଠାରୁ ସୁରକ୍ଷିତ ଦୂରତା ରଖିବା ଭଳି ଗୁରୁତ୍ତ୍ୱପୂର୍ଣ୍ଣ ନିୟମ ଉପରେ ସେ ସମସ୍ତଙ୍କୁ ବୁଝାଇ ଥିଲେ I ସଡ଼କ ସୁରକ୍ଷା ନିୟମ ମାନିବା ଦ୍ଵାରା ସମସ୍ତେ କିପରି ଦୁର୍ଘଟଣା କୁ ଏଡେଇ ଦେଇ ପାରିବେ, ଏହା ସମସ୍ତେ ହୃଦୟଙ୍ଗମ କରିଥିଲେ I ସମାଜ ସେବୀ ଜୁରିଆ ମୁଣ୍ଡା, ଯୋଡା ଡ୍ରାଇଭର ମହାସଂଘର ସଭାପତି ମନୋଜ ମହାନ୍ତ, ଟାଟା ଷ୍ଟିଲ ଫାଉଣ୍ଡେସନ ୟୁନିଟ୍ ଲିଡ ସଂଜୟ ସର୍ଦାର ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ I
ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।