October 1, 2026
Home » ଧର୍ମଗଡରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ।

ଧର୍ମଗଡରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ।

0
WhatsApp Image 2026-10-01 at 4.20.52 PM

 

ମାନବିକତାର ଏକ ବିନ୍ଦୁ, ରକ୍ତ ଦିଅନ୍ତୁ, ଜୀବନ ବଞ୍ଚାନ୍ତୁ….

ଧର୍ମଗଡ଼: ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଏକ ବ୍ୟାପକ ସଚେତନତା ଶୋଭାଯାତ୍ରା ସହ ଧର୍ମଗଡ଼ ସ୍ଥିତ ଓଡ଼ିଶା ରକ୍ତ କେନ୍ଦ୍ର ପରିସରରେ ସଚେତନତା ବୈଠକ ଓ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ପଞ୍ଚାୟତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ଓ ମଡ଼ର୍ଣ୍ଣ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା, ରକ୍ତ କେନ୍ଦ୍ରର କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଉତ୍ସାହର ସହ ଯୋଗଦେଇଥିଲେ।ପ୍ରଥମେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା। ହାତରେ ସଚେତନତାମୂଳକ ପ୍ଲାକାର୍ଡ ଧରି ଛାତ୍ରଛାତ୍ରୀମାନେ “ରକ୍ତଦାନ ମହାନ ଦାନ”, “ରକ୍ତଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ” ଭଳି ସ୍ଲୋଗାନ ଦେଇ ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱେଚ୍ଛାକୃତ ରକ୍ତ ଦାନର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।ଏହାପରେ ଓଡ଼ିଶା ରକ୍ତ କେନ୍ଦ୍ର ଧର୍ମଗଡ଼ ପରିସରରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରକ୍ତ କେନ୍ଦ୍ର ଅଧିକାରୀ ଡା. ଶୈଳେଶ ଦୋରା, ସ୍ୱତନ୍ତ୍ର ଅତିଥି ଭାବେ ନିୟୁଜ୍ ୧୮ ଜିଲ୍ଲା ପ୍ରତିନିଧି ଅଂଶୁମାନ ପାତ୍ର, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା, ସମ୍ମାନିତ ଅତିଥି ଭାବେ ଯୁବ ରେଡକ୍ରସ ପରାମର୍ଶଦାତା ସଂଜୀବ କୁମାର ମୁଣ୍ଡ, ଡ. ନୃସିଂହାନନ୍ଦ ସାସମଲ, ମୋହନ ଚରଣ ବିଷି, ଅଭୟ ବାଗ, ଗଣପତି ବାଗ, କୀର୍ତ୍ତନ ବାଘେଲ୍, ସମନ୍ୱିତ ପରାମର୍ଶ ପରୀକ୍ଷଣ କେନ୍ଦ୍ରର ପରାମର୍ଶଦାତା ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ଯୋଗ ଦେଇ ରକ୍ତ ଦାନର ଆବଶ୍ୟକତା, ରକ୍ତର ବିଭିନ୍ନ ଉପାଦାନର ଚିକିତ୍ସାଗତ ଗୁରୁତ୍ୱ ଏବଂ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ବିଶେଷକରି ଯୁବପିଢ଼ି ରକ୍ତଦାନ ଭଳି ମାନବିକ କାର୍ଯ୍ୟରେ ଆଗେଇ ଆସିଲେ ସମାଜରେ ଏକ ସୁସ୍ଥ ଓ ସେବାମୂଳକ ମନୋଭାବ ବିକଶିତ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ପରେ ଆୟୋଜିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନେ ଉତ୍ସାହର ସହ ରକ୍ତଦାନ କରିଥିଲେ। ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ନିୟମିତ ଓ ସୁରକ୍ଷିତ ରକ୍ତଦାନ ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ରାକେଶ କୁମାର ସିଂ, ଶଶି ବାଗ, ଭରତ ଚନ୍ଦ୍ର କାଣ୍ଡ, ଆକୁଳ ବିଷୋୟୀ, ନିଗମ ଗୋପାଳ, ପଞ୍ଚାନନ ମାଳି ପ୍ରମୁଖ ରକ୍ତକେନ୍ଦ୍ରର କର୍ମଚାରୀ ମାନେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *