November 2, 2024
Home » ଧର୍ମଗଡ ରେ ଆଜି ଠାରୁ ଆରମ୍ଭ ହେଲା ଜଗତ ଜନନୀ ମା ଦୂର୍ଗା ଙ୍କର ନବଦିନାତ୍ମକ ପୁଜା….. ସହର ଉତ୍ସବ ମୁଖର….

ଧର୍ମଗଡ ରେ ଆଜି ଠାରୁ ଆରମ୍ଭ ହେଲା ଜଗତ ଜନନୀ ମା ଦୂର୍ଗା ଙ୍କର ନବଦିନାତ୍ମକ ପୁଜା….. ସହର ଉତ୍ସବ ମୁଖର….

0

 

ବିଲ୍ଵ ବରଣ ପରେ ଆଜି ବିଧିବଦ୍ଧ ଭାବେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା ଚଳିତ ବର୍ଷ ଧର୍ମଗଡ଼ ସହର ଆଜି ଉତ୍ସବ ମୁଖର। ପୂଜା ବଜାର ଚଳଚଞ୍ଚଳ ହୋଇ ଉଠିଛି। ସଜେଇ ହୋଇଛି ଧର୍ମଗଡ ସହର। ଚଳିତ ବର୍ଷ ଦୁଇଟି ମଣ୍ଡପରେ ଜଗତ୍ ଜନନୀ ମା ଦୂର୍ଗା ଙ୍କ ର ନବଦିନାତ୍ମକ ପୂଜା ହେଉଛି। ଧର୍ମଗଡ ସହର ବସ୍ତିପଡ଼ା ସ୍ଥିତ ସାର୍ବଜନୀନ ଦୂର୍ଗା ପୂଜା ୬୫ତମ ବର୍ଷ ରେ ପଦାର୍ପଣ କରିଥିବା ବେଳେ ୫୫ ବର୍ଷରେ ପଦାର୍ପଣ କରିଛି ଶକ୍ତିମଣ୍ଡପ ଦୂର୍ଗାପୂଜା।

ଆଜି ଦିନ ବିଲ୍ଵ ବରଣ ରୁ ପୂଜାରମ୍ଭ ହୋଈ ୧୩ ତାରିଖ ଗ୍ରାମ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ଦଶହରା ପୂଜା ପରେ ୧୪ ତାରିଖ ଦିନ ଭସାଣି ଉତ୍ସବ ସମାପନ ହେବ ବସ୍ତିପଡା ର ସାର୍ବଜନୀନ ଦୂର୍ଗାପୂଜା।ବସ୍ତିପଡ଼ା ପୂଜାରେ ଶ୍ରୀ ନବୀନ କୁମାର ଅଗ୍ରୱାଲ ଓ ଶକ୍ତି ମଣ୍ଡପ ପୂଜାରେ ଶ୍ରୀ କୃପାସିନ୍ଧୁ ପଣ୍ଡା ସପତ୍ନିକ କର୍ତ୍ତା ହୋଇଛନ୍ତି। ଶକ୍ତି ମଣ୍ଡପ ରେ ୧୩ ତାରିଖ ବିଜୟା ଦଶମୀ ଦିନ ରାବଣ ପୋଡ଼ି ସହ ପୂଜା ସମାପ୍ତ ହେବ। ଏଥର ଧୁମ୍ ଧାମ ରେ ପୂଜା କରାଯିବା ନେଇ ଉଭୟ ପୂଜା କମିଟି ପକ୍ଷରୁ ପ୍ରକାଶ ପାଇଛି।

ପୂଜାକୁ ଆକର୍ଷଣୀୟ କରିବା ପାଇଁ ଦୁଇ ପୂଜା ମଣ୍ଡପରେ ଆକର୍ଷଣୀୟ ସଦୃଶ୍ୟ ତୋରଣ ସହ ଆଲୋକ ମାଳା ରେ ପୂଜାମଣ୍ଡପ କୁ ସଜା ଯାଇଛି। ପ୍ରତିଦିନ ରାତିରେ ଉଭୟ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶକ୍ତି ମଣ୍ଡପ ରେ ବିଜୟା ଦଶମୀ ଦିନ ରାବଣ ପୋଡ଼ି ମୁଖ୍ୟ ଆକର୍ଷଣ ଥିବା ବେଳେ ବସ୍ତିପଡା ଦୁର୍ଗାପୂଜାରେ ବିଜୟା ଦଶମୀ ପରଦିନ ଗ୍ରାମ ର ଆରାଧ୍ୟ ଦେବୀ ମାଁ ଭଣ୍ଡାର ଘରଣୀ ଙ୍କ ପୀଠ ରେ ଦଶହରା ପୂଜା ସମ୍ପନ୍ନ ହେବ।

ଧର୍ମଗଡ ସହର ର ଅନ୍ୟ ଚାରିଛକ ଓ ଗୋରୁ ବଜାର ପଡ଼ା ଦୁଇଟି ପୂଜା ମଣ୍ଡପ ରେ ୯ ତାରିଖ ଠାରୁ ପୂଜା ଆରମ୍ଭ ହୋଇ ୧୩ ତାରିଖ ଦିନ ଶେଷ ହେବ। ସେହିପରି ଧର୍ମଗଡ ଇନ୍ଦ୍ରାବତୀ କଲୋନୀ ନିକଟରେ ଥିବା ମା ବୈଶ୍ନୋଦେବି ମନ୍ଦିରରେ ମଧ୍ୟ ଆଜିଠାରୁ ନବରାତ୍ରି ପୂଜା ଆରମ୍ଭ ହୋଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Leave a Reply

Your email address will not be published. Required fields are marked *