ନକଲି ଫେସବୁକ୍ ଆଇଡିରେ ଅଶ୍ଳୀଳ ବିଷୟବସ୍ତୁ ପୋଷ୍ଟ କରି ଅଭିଯୁକ୍ତ ଗିରଫ
ଶିକ୍ଷକ ପ୍ରଦୀପ କୁମାର ତ୍ରିପାଠୀଙ୍କ ଦ୍ୱାରା ତିଆରି ନକଲି ଫେସବୁକ୍ ଆଇଡିରେ ଅଶ୍ଳୀଳ ବିଷୟବସ୍ତୁ ପୋଷ୍ଟ କରି ମାନହାନି କରିବା ଅଭିଯୋଗରେ ତାଙ୍କୁ ଗିରଫ ସହ କୋର୍ଟକୁ ଚାଲାଣ
ନିଜ ଦ୍ୱାରା ତିଆରି ଏକ ନକଲି ଫେସବୁକ ଆଇଡିରେ ବାରମ୍ବାର ଅଶ୍ଳୀଳ ବିଷୟବସ୍ତୁ ପୋଷ୍ଟ କରି ମାନହାନି କରିବା ଅଭିଯୋଗରେ କୋରାପୁଟ ଜିଲ୍ଲା ଜୟପୁର ପୋଲିସ ଶିକ୍ଷକତା କରୁଥିବା ଏକ ଅଭିଯକ୍ତଙ୍କୁ ଗିରଫ ସହ କୋର୍ଟକୁ ଚାଲାଣ କରିଛି। ଏହିପରି ଏକ ଅପ୍ରୀତିକର ପରିସ୍ଥିତି ଯାହା କି ଶିକ୍ଷା ବିଭାଗରେ କଳଙ୍କିତ ପ୍ରମାଣିତର ଦୃଶ୍ୟ ଦେଖିବାକୁ ମିଳିବା ସହ ତାଙ୍କୁ ଜୟପୁର ଟାଉନ୍ ପୋଲିସ ଦ୍ୱାରା ଗିରଫ ହୋଇଛି ରାୟଗଡା ସହରରେ ସ୍ତିତ ଇନ୍ଦିରା ନଗରର ଷଷ୍ଟ ଗଳିରେ ବାସିନ୍ଦା ବୃତ୍ତିରେ ଶିକ୍ଷକତା କରୁଥିବା ୫୫ ବର୍ଷୀୟ ପ୍ରଦୀପ କୁମାର ତ୍ରିପାଠୀ।
ସୂଚନା ମୁତାବକ ,ରାୟଗଡା ଶିକ୍ଷକ ଅଭିଯୁକ୍ତ ପ୍ରଦୀପ କୁମାର ତ୍ରିପାଠୀ ଜୟପୁରର ବାସିନ୍ଦା ଚନ୍ଦ୍ରଶେଖର ତ୍ରିପାଠୀଙ୍କ ନାମରେ ଏକ ନକଲି ଫେସବୁକ୍ ପ୍ରୋଫାଇଲ୍ ତିଆରି କରିବା ଏବଂ ବାରମ୍ବାର ଅଶ୍ଳୀଳ ବିଷୟବସ୍ତୁ ପୋଷ୍ଟ କରିବା, ତାଙ୍କୁ ହଇରାଣ କରିବା ଏବଂ ମାନହାନି କରିବା ଅଭିଯୋଗ ରହିଛି। ଅଭିଯୁକ୍ତ ଶିକ୍ଷକ ପ୍ରଦୀପ ତାଙ୍କ ଦ୍ୱାରା ତିଆରି ନକଲି ଆକାଉଣ୍ଟରେ ଚନ୍ଦ୍ରଶେଖରଙ୍କ ପରିବାର ଫଟୋ ବ୍ୟବହାର କରି ଆପତ୍ତିଜନକ ବିଷୟବସ୍ତୁ ପୋଷ୍ଟ କରିଆସୁଥିଲେ। ସେ ଚନ୍ଦ୍ରଶେଖରଙ୍କ ପତ୍ନୀଙ୍କୁ ମିଥ୍ୟା ଭାବରେ “କଲ୍ ଗାର୍ଲ” ବୋଲି ବର୍ଣ୍ଣନା କରିବା ସହ ତାଙ୍କ ମୋବାଇଲ୍ ନମ୍ବର ସେୟାର କରି ଜନସାଧାରଣଙ୍କୁ ତାଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରିଆସୁଥିଲେ।
ଏହା ବ୍ୟତୀତ, ପ୍ରଦୀପ ଚନ୍ଦ୍ରଶେଖରଙ୍କ ବୃଦ୍ଧା ମା, ଭଉଣୀ ଏବଂ ନାବାଳିକା ଝିଅର ଫଟୋ ଆପତ୍ତିଜନକ ଭାଷାରେ ପୋଷ୍ଟ କରିଥିଲେ। ପରିବାର ସଦସ୍ୟଙ୍କ ପରିବର୍ତ୍ତିତ ଫଟୋ ଦେଖି ଚନ୍ଦ୍ରଶେଖରଙ୍କ ସମ୍ପର୍କୀୟମାନେ ବିରକ୍ତ ହେଉଥିବା ବେଳେ ସାଇବର ପୋଲିସ ଚାରୋଟି ନକଲି ଆକାଉଣ୍ଟ ବନ୍ଦ କରିବା ସତ୍ତ୍ୱେ, ପ୍ରଦୀପ ଓଡ଼ିଆ ଭାଷାରେ ପଞ୍ଚମ ଆକାଉଣ୍ଟ ତିଆରି କରି ଚନ୍ଦ୍ରଶେଖରଙ୍କ ସମ୍ପର୍କୀୟମାନଙ୍କୁ ଟାର୍ଗେଟ କରି ତାଙ୍କ ଫଟୋକୁ ବିକୃତ ଚିତ୍ରଣ କରି ଫେସବୁକରେ ପୋଷ୍ଟ କରିଆସୁଥିଲେ।
ଚନ୍ଦ୍ରଶେଖର ପୋଲିସ ଅଧିକ୍ଷକ (ଏସପି)ଙ୍କୁ ଏହି ଘଟଣା ବିଷୟରେ ଜଣାଇବା ପରେ, ଜୟପୁର ଟାଉନ ପୋଲିସ ମାମଲା ନମ୍ବର ୧୧୬ (ଧାରା ୩୫୧(୪)/୩୧୯(୪)/୩୩୬(୪)/୭୯ ବିଏନଏସ ଏବଂ ଆଇଟି ଆଇନର ଧାରା ୬୬(ସି)/୬୭/୬୭(ଏ) ଅନୁଯାୟୀ) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏସପିଙ୍କ ନିର୍ଦ୍ଦେଶରେ, ଟାଉନଥାନା ଆଇଆଇସି ମାମଲାର ତଦନ୍ତ କରିଥିଲେ। ଜୟପୁର ପୋଲିସ ରାୟଗଡ଼ାର ଇନ୍ଦିରା ନଗର ୬ଷ୍ଠ ଲେନର ବାସିନ୍ଦା ପ୍ରମୋଦ ଚନ୍ଦ୍ର ତ୍ରିପାଠୀଙ୍କ ପୁଅ ପ୍ରଦୀପ କୁମାର ତ୍ରିପାଠୀ (୫୫)ଙ୍କୁ ବୁଧବାର ରାତିରେ ଅଭିଯୁକ୍ତକୁ ଗିରଫ କରି ତାଙ୍କଠାରୁ ଏକ ସାମସଙ୍ଗ ଗାଲାକ୍ସି ମୋବାଇଲ୍ ଫୋନ୍ ଜବତ କରି ଗୁରୁବାର କୋର୍ଟକୁ ଚାଲାଣ କରିଥିଲା।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
