September 30, 2026
Home »   ନୟାଗଡ଼ ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟନ ଦିଵସ ପାଳିତ 

  ନୟାଗଡ଼ ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟନ ଦିଵସ ପାଳିତ 

0
1001306080

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 5250; AI_Scene: (-1, -1); aec_lux: 91.21687; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 42;

 ନୟାଗଡ଼  ( ଇପିଏ ) ନୟାଗଡ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ ଏକ ଦୌଡ ପ୍ରତିଯୋଗିତା ଜିଲ୍ଲା ପର୍ଯ୍ୟଟନ ଅଧିକ।ରୀଙ୍କ ପୌରୋହିତ୍ୟରେ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା କୁମାରୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଦୌଡ ପ୍ରତିଯୋଗିତାକୁ ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ରଥ ଆନୁଷ୍ଠାନିକ ଭାବରେ, ଉପ ଜିଲ୍ଲାପାଳ ଶ୍ରୀ କର୍ଣ୍ଣ ଦେବ ସମାଦାର, ଜିଲ୍ଲା ବନ ଅଧିକାରୀ ଶ୍ରୀ ରାମ ପଦ ଅରବିନ୍ଦ ମିଶ୍ରା ଓ ଦେବର୍ଚ୍ଚନା ବେହେରା, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ସାହୁଙ୍କ ଉପସ୍ଥିତିରେ ପତାକା ହଲାଇ ଉଦ୍ଘାଟନ କରିଥିଲେ । ଏହି ଦୌଡ଼ ପ୍ରତିଯୋଗିତାରେ ୨୫୦ ଜଣ ଅଂଶଗ୍ରହଣ କରିଥିଲେ ।

ଏହି ଦୌଡ ପ୍ରତିଯୋଗିତା ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ବାହାରି, ଟ୍ରାଫିକ ଛକ, ତ୍ରିନାଥ ଛକ, ନୟାଗଡ ସ୍ଵଂୟ ଶାସିତ ମହାବିଦ୍ୟାଳୟ,ପିଟିଏସ, ଓ ପର୍ଯ୍ୟଟନ ଅଫିସ ଦେଇ ଷ୍ଟାଡିୟମ ସଭାମଞ୍ଚ ଠାରେ ପହଞ୍ଚିଥିଲା । ସେଠାରେ ଦୌଡ ପ୍ରତିଯୋଗିତାରେ ପୁରୁଷ ଓ ମହିଳା ଉଭୟଙ୍କ ମଧ୍ୟରୁ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ହୋଇଥିବା ପ୍ରତିଯୋଗୀଙ୍କୁ ଟ୍ରଫି,ମାନପତ୍ର ସହିତ ନଗଦ ଏକହଜାର ଟଙ୍କା ଅର୍ଥ ରାଶି ଦେଇ ପୁରସ୍କୃତ କରାଯାଇଥିଲା । ଏହି ଅର୍ଥ ରାଶିକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଦାନ କରିଥିଲେ । ପର୍ଯ୍ୟଟନ ଦିବସ ପାଳନ ଅବସରରେ ସାଧାରଣ ଜ୍ଞାନ ପ୍ରତିଯୋଗୀତା ହୋଇଥିଲା,ସେଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଟ୍ରଫି ମାନପତ୍ର ଦେଇ ପୁରସ୍କୃତ କରଯାଇଥିଲା। ଶେଷରେ ଉଜିଲ୍ଲାପାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅଭନେତା ତଥା ସମାଜ ବିଜ୍ଞାନୀ ଡ଼ଃ ରୁଷି ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

 

ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *