December 13, 2024
Home » ପଲଶାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଖୋ ଖୋ ପ୍ରତିଯୋଗିତା ଉଦଯାପିତ

ପଲଶାଗୋରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଖୋ ଖୋ ପ୍ରତିଯୋଗିତା ଉଦଯାପିତ

0

ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଲଶାଗୋରା ଠାରେ +୨ (ଯୁକ୍ତ ଦୁଇ) କାଉନସିଲର ଜୋନ୍ -E ସ୍ତରୀୟ ବାଳକ ଖୋ-ଖୋ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି ଖେଳ ତା.୨୫.୧୧.୨୦୨୪ ରୁ ଆରମ୍ଭ ହୋଇ ୨୬.୧୧.୨୦୨୪ ଦିନ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ କୋରାପୁଟ, ବୌଦ୍ଧ, ବଲାଙ୍ଗିର, ଫୁଲବାଣୀ, ଅନୁଗୁଳ ଇତ୍ୟାଦି ଜିଲ୍ଲାର ବିଭିନ୍ନ +୨ (ଯୁକ୍ତ ଦୁଇ)ର ଛାତ୍ର ଅଂଶଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ଫାଇନାଲ ଖେଳ ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖମ୍ବେଶ୍ୱରୀପାଲି ଜିଲ୍ଲା ସୁବର୍ଣ୍ଣପୁର ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭବାନୀପାଟଣା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୧୧/୦୭ ଏବଂ ୦୨/୦୧ ରେ ଖେଳ ସମାପ୍ତ ହେଇ ମାଁ ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଜୋନ୍ ଚମ୍ପିୟାନ ହୋଇଥିଲେ। ବିଜୟୀ ଦଳକୁ ଜୋନ୍ ର ଅଧ୍ୟକ୍ଷ ଡ଼ଃ.ସୁରେଶ କୁମାର ପଣ୍ଡା ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ ।ଏହି ଖେଳ କୁ କ୍ରୀଡା ଶିକ୍ଷକ ସଞ୍ଜୟ କୁମାର ସାହୁ, ଅରୁଣ ଖଟୁଆ,ସୁଦାମ ମିଶ୍ର,ଭୂବନ ନାଏକ, ପଞ୍ଚାନନ ପ୍ରଧାନ ପ୍ରମୁଖ ଖେଳ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ବାଳକ ଖୋ-ଖୋ ପ୍ରତିଯୋଗିତା ପରିଚାଳିତ ହୋଇଥିଲା l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *